ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି ଇଚ୍ଛାପୁରର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗା

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) -: ବହୁ ଆବାହନ କାଳରୁ ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି କେନ୍ଦ୍ରାପଡ଼ା ସହରର ଇଚ୍ଛାପୁର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗା । ଇତିହାସ ଅନୁଯାଇ ପୂର୍ବରୁ ଜଣେ ବଙ୍ଗାଳି ଲୋକ ବଳଦେବ ଜୀଉଙ୍କ ଏଣ୍ଡାମେଣ୍ଟ ଅଫିସରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ମାଙ୍କ ପୂଜା ଆରମ୍ଭ କରିଥିଲେ । ସେବେ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ବଙ୍ଗୀୟ ପରମ୍ପରାରେ ପୂଜା ହୋଇ ଆସୁଛନ୍ତି ମା ଦୁଗା । ମାଙ୍କୁ ଏହି ମନ୍ଦିରରେ ପ୍ରତିଷ୍ଠା ମଧ୍ୟ କରାଯାଇଛି ପ୍ରତ୍ୟକ ଦିନ ପୂଜା ଅର୍ଚନା କରାଯାଏ । ଚଳିତ ବର୍ଷ ମାଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲାର ଦୂର ଦୂରାନ୍ତରୁ ଆସୁଥିବା ବେଳେ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଗତ କାଲି ଦେବୀଙ୍କ ମହା ଅଷ୍ଟମୀ ହୋଇଥିବାରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆଜି ନବମୀ ଏବଂ ଆସନ୍ତା କାଲି ଦଶହରା ଥିବାରୁ ବହୁ ଲୋକ ମାନଙ୍କ ଭିଡ ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ଦଶହରା ଥିବାରୁ ମା କାଲି ବିସର୍ଜନ ହେବା ସହ ପାଣିକୁ ଯିବାର ବ୍ୟବସ୍ତା ମଧ୍ୟ ରଖାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More