ବଗାୟତ ଜମି ଉଚ୍ଛେଦ ଦାବିରେ ରାସ୍ତା ଅବରୋଧ

15

Get real time updates directly on you device, subscribe now.

ନରସିଂହପୁର (ସଂଘର୍ଷ ମିଡିଆ) : – କଟକ କମଳାଡିହ 65 ନଂ ରାଜ୍ୟ ରାଜପଥର ଜିଲିଣ୍ଡା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ।ଅବରୋଧ କଲେ କଟକ ଜିଲ୍ଲା ନରସିଂହପୁର ଥାନା ଯୋଡୁମ ଫାଣ୍ଡି ଅଧିନ ସାନଗାଁର ଗ୍ରାମବାସୀ।ସୂଚନା ଅନୁଯାୟୀ ସାନଗାଁ ଗ୍ରାମରେ ରହିଥିବା କିଛି ବଗାୟତ ଜମିକୁ ସେହି ଗ୍ରାମର 4 ଟି ପରିବାର ଅଧିକାରୀ ମାନଙ୍କୁ ଲାଞ୍ଚ ଦେଇ ଚଞ୍ଚକତା କରି ନିଜ ନାମରେ କରି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଗ୍ରାମବାସୀ ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ୟ ତାହାର କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ଜିଲିଣ୍ଡା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି।ଅପରପକ୍ଷରେ ସେହି 4 ପରିବାର କହିବା କଥା ହେଉଛି ଆମେ ଏଭଳି କୌଣସି ଚଞ୍ଚକତା କରିନାହୁଁ ବରଂ ଗ୍ରାମବାସୀ ଆମ ପରିବାରକୁ ଆକ୍ରୋଶ ରଖି ଗ୍ରାମରୁ ବାଛନ୍ଦ ରଖିଥିବା ବେଳେ ବୋମା ପକାଇ ପରିବାର ସମସ୍ତଙ୍କୁ ଉଡାଇ ଦେବାର ଧମକ ମଧ୍ୟ ଦେଉଛନ୍ତି।ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ବଗାୟତ ଜମିକୁ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଏଲଢ଼େଇ ଜାରି ରହିବା କଥା କହିଛନ୍ତି ଗ୍ରାମବାସୀ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More