ଫ୍ଲିପକାର୍ଟ ଶ୍ରମିକ ସମସ୍ୟାରେ ପଡିଲା ପୁର୍ଣଛେଦ, ବିଧାୟକ ବାପ- ପୁଅଙ୍କ ଉପସ୍ଥିତକୁ ନେଇ ସାଧାରଣରେ ଚର୍ଚ୍ଚା

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଫ୍ଲିପକାର୍ଟରେ ଲାଗିରହିଥିବା ଧାରଣା ଓ ଶ୍ରମିକ ଅଶାନ୍ତିରେ ପଡିଲା ପୂର୍ଣ୍ଣଛେଦ l ଗତ କାଲି ପ୍ରାକ୍ତନ ବିଧାୟକ କମ୍ପାନୀ ଗେଟ ସମୁଖରେ ପହଂଚି ଶ୍ରମିକ ମାନଂକୁ ବୁଝାଇବାକୁ ଚେଷ୍ଟା କରିଥିଲେ l କିନ୍ତୁ କୌଣସି ନିର୍ଯାସ ନବାହାରିବାରୁ ଆଜି ଏଏଲଓ, ଡିଏଲଓଙ୍କ ଉପସ୍ଥିତରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳଙ୍କ ଖୁବ କମ ସମୟ ରହି ଚାଲିଯିବା ପରେ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଲୋଚନାକୁ ଆଗେଇ ନେଇଥିଲେ l ସୌଭିକଙ୍କର ନା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଭୀଷଣ ବିଷତ୍କାର କରିବା ସହ କମ୍ପାନୀକୁ ବନ୍ଦ କରିବାକୁ ଧମକ ଦେଇଥିଲେ l ଏହା ସହିତ ଓଡିଶାର ବିଭିନ୍ନ ଶ୍ରମ ଆଇନକୁ ଯଥା ଆଠ ଘଣ୍ଟାରୁ ଅଧିକ ନଖଟାଇବା,କୌଣସି ଶ୍ରମିକଙ୍କୁ ବିନା ନୋଟିସରେ ଛଟେଇ ନକରିବା, ଶ୍ରମିକ ମାନଙ୍କର ଆକାଉଣ୍ଟକୁ ପିଏଫ ଓ ଇଏସଆଇ ଅର୍ଥ ପୈଠ କରିବାକୁ ଡିଏଲଓ ନିର୍ଦେଶ ଦେଇଥିଲେ l ପ୍ରତି ତିନି ମାସରେ ଥରେ ଡିଏଲଓ ଏହି କମ୍ପାନୀକୁ ପରିଭ୍ରମଣ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ କହିଥିଲେ l ଅନ୍ୟ ପକ୍ଷରେ ପ୍ରାକ୍ତନ ବିଧାୟକ ପ୍ରଭାତଙ୍କ ବିଭିନ୍ନ ପ୍ରସ୍ତାବକୁ କମ୍ପାନୀର କର୍ତ୍ତୃପକ୍ଷ ମାନିବାକୁ ମନା କରିଦେଇଥିବାର ଦେଖାଦେଇଥିଲା l ଏହା ସହ ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଡିଏଲଓ ଓ ଶ୍ରମିକଙ୍କ ମଧ୍ୟରେ ଲିଖିତ ଫଇସଲା ନାମାରେ କମ୍ପାନୀ କର୍ତ୍ତୃପକ୍ଷ ଦସ୍ତଖତ କରି ଦୁଇଦିନ ସମୟ ନେଇଥିଲେ l ଏହି ଘଟଣା ଜଣା ପଡିବା ପରେ ଶ୍ରମିକ ମାନଙ୍କ ମଧ୍ୟରେ ଟିକେ ନିରାଶା ଦେଖିବାକୁ ମିଳିଥିଲା l ଏହି ବୈଠକରେ ଚିରାଚରିତ ଢଙ୍ଗ ରେ ସୌଭିକ ବିଶ୍ୱାଳ ବୈଠକ ର ଶେଷ ପର୍ଯ୍ୟନ୍ତ ନରହି ବାପା ପ୍ରଭାତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ଘଟଣା ନିଜର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ଅନ୍ୟ ପକ୍ଷରେ ଫିଲ୍ପକାର୍ଟ କର୍ତ୍ତୃପକ୍ଷ ଗଣ ମାଧ୍ୟମରେ ମତ ପ୍ରକାଶ କରିବାକୁ ମନା କରିଦେଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More