ଭଦ୍ରକ ( ସଂଘର୍ଷ ମିଡିଆ ) :- ଆଜି ଭଦ୍ରକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍ ଗ୍ରୁପ୍ ପରିବାର ତରଫରୁ ଅସହାୟ ଓ ନିରାଶ୍ରୟ ଲୋକମାନଙ୍କୁ କମ୍ବଳ ବଣ୍ଟନ ଏବଂ ଖାଦ୍ୟ ବଣ୍ଟନ କରଯାଇଥିଲା । ମହାମାରୀ କରୋନା ସାଙ୍ଗକୁ ଏବେ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଦ୍ରକ ରେଳଷ୍ଟେସନ, ବସଷ୍ଟାଣ୍ଡ, ଚରମ୍ପା ହନୁମାନଙ୍କ ମନ୍ଦିର ଆଦି ସ୍ଥାନରେ ରାସ୍ତା କଡରେ ପଡ଼ି ରହିଥିବା ନିରାଶ୍ରୟମାନଙ୍କ ପାଖରେ ଗ୍ରୁପର ସଦସ୍ୟମାନେ ପହଞ୍ଚି ସେମାନଙ୍କୁ କମ୍ବଳ ବଣ୍ଟନ କରିବା ସହିତ ଖାଦ୍ୟ ବଣ୍ଟନ ମଧ୍ୟ କରିଥିଲେ। ଫ୍ରେଣ୍ଡ୍ ଗ୍ରୁପ୍ ର ସଭାପତି ରଶ୍ମି ରଞ୍ଜନ ସାହୁ, ଉପସଭାପତି ମୁକ୍ତି କାନ୍ତ ମଲ୍ଲିକ ଏବଂ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ସଂଗଠନ ଦ୍ବାରା ବିଭିନ୍ନ ସମାଜସେବା କାର୍ଯ୍ୟ କରୁଥିବା ବେଳେ ମୋହାମାରି କରୋନା ଭଳି ବିପଦ ସମୟରେ ଦୁଃଖି ଦରିଦ୍ର ଲୋକମାନଙ୍କୁ କମ୍ବଳ ବାଣ୍ଟିବା ଭଳି କାର୍ଯ୍ୟକୁ ବେଶ ପ୍ରସଂଶା କରିଛନ୍ତି ଭଦ୍ରକ ବାସୀ ।