କୋରାପୁଟ (ସଂଘର୍ଷ ମିଡିଆ) : -ପୁଣି ଜଣେ ବେଲଜ୍ୟା ଶିକ୍ଷକଙ୍କ କଳା କାରନାମା। କୋଟପାଡ଼ ଭନସୁଲି ପ୍ରଧାନ ଶିକ୍ଷକ ମୋହନ ନାୟକ ଛତରଲା ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀଙ୍କୁ ଫୋନରେ ଅସଦାଚରଣ ଓ ଜୀବନରେ ମାରିଦେବାକୁ ଧମକ ଦେଇ ନିର୍ଭୟରେ ବୁଲୁଛନ୍ତି। ଥାନାରେ କେବଳ ମାମଲା ରୁଜୁ ହେଇଛି। ଆଉ ତାହା ବି ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ । ଘଟଣା ଅନୁଯାୟୀ କୋଟପାଡ଼ ଭନସୁଲି ବିଦ୍ୟାଳୟରେ ପାଚିକା ପୋଷ୍ଟ ଖାଲି ଥିବା ଜାଣି ଛତର୍ଲା ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ ମୋହନ ନାୟକଙ୍କୁ ତାଙ୍କର ଜଣେ ଗରିବ ଭାଉଜଙ୍କୁ ସେହି ପୋଷ୍ଟରେ ରଖିବା ପାଇଁ ଅନୁରୋଧ କରିଥିଲେ। ହେଲେ ପ୍ରଧାନ ଶିକ୍ଷକ ତାଙ୍କୁ ସାହାଯ୍ୟ କରିବେ କଣ, ଓଲଟା ଫୋନରେ ତାଙ୍କର ଜଣେ ଭାଇଙ୍କ ଆଗରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସହକାରୀ ଶିକ୍ଷୟତ୍ରୀଙ୍କ ଚରିତ୍ର ସଂହାର କରିବାକୁ ବି ପଛେଇ ନାହାନ୍ତି । ଜୀବନରେ ମାରିଦେବାକୁ ଧମକ ବି ଦେଇଛନ୍ତି। ଏମିତିକି ସେ ଶିକ୍ଷୟତ୍ରୀଙ୍କ ନାଁରେ ଯେଉଁଭଳି ଅଶ୍ଳୀଳ ଭାଷା ପ୍ରୟୋଗ କରିଛନ୍ତି, ତାହା ସଭ୍ୟ ସମାଜ ପାଇଁ ଲେଖବା ଅତି ଲଜ୍ୟାକର । ଶିକ୍ଷୟତ୍ରୀଙ୍କ ଚାକିରୀ ଖାଇବା ସହ ତାଙ୍କୁ ରାସ୍ତାରେ ଚଳେଇ ନ ଦେବା ଧମକ ଭଳି ସଙ୍ଗୀନ ଅଭିଯୋଗ ରହିଛି। ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କହିଛନ୍ତି ତୁ ଗୋଟେ ଗଣ ଶିକ୍ଷକ, ଆଉ ମୁଁ ଲେବଲ 3 ବାବୁ । ମେଡିଆକୁ ମୁ ମନା କରିଦେଇଛି। ଏ ନ୍ୟୁଜ କେହି କରିବେନି କି, କେହି ତୋ କଥା ଶୁଣିବେନି। ଏ ବିଦ୍ୟାଳୟ ମୋର, ମୋର ଯାହା ଇଛା ତାହା କରିବି। ଯା କୋଉ କଲେକ୍ଟର କି ଚିଫ ମିନିଷ୍ଟ୍ରର ପାଖକୁ ଯିବୁ ଯା। ତେବେ ଘଟଣାକୁ ନେଇ ମହିଳା ସହକାରୀ ଶିକ୍ଷୟତ୍ରୀ କୋଟପାଡ଼ ଥାନାରେ ଏତଲା ଦେଇଥିଲେ ସୁଧା ତାଙ୍କୁ ଏଯାଏ ନ୍ୟାୟ ମିଳୁନଥିବା ଅଭଯୋଗ କରିଛନ୍ତି ସେ । ଅଭଯୋଗ କି, ବିଦ୍ୟାଳୟ ପରିଚାଳନା କମିଟିକୁ ନଜଣେଇ ନିଜକୁ ବିଦ୍ୟାଳୟର ସର୍ବେସର୍ବା ଭାବି ଟଙ୍କା ଖାଇ ପାଚିକା ନିଯୁକ୍ତି ବି କରି ଦେଇଥିଲେ ପ୍ରଧାନ ଶିକ୍ଷକ। ଯାହାକୁ ନେଇ ସରପଞ୍ଚ, ଏବଂ କମିଟି ମେମ୍ବର ସବିତା କେଉଟ କୋଟପାଡ଼ ବିଡ଼ିଓ, ବିଇଓ, ଡ଼ିଇଓଙ୍କୁ ଚିଠି ଲେଖି ଜଣେଇଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ କିଛି ନାହିଁ। ସେପଟେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଭନସୁଲି ବିଦ୍ୟାଳୟରେ ପାଠ ଭଲ ପଢା ହେଉନି କି, ମଧ୍ୟାହ୍ନ ଭୋଜନରେ ସମାନ ଖାଦ୍ୟ ଦିଆଯାଉନି। ପିଲାଙ୍କୁ ହରଡ଼ ଡାଲି ବଦଳରେ ମସୁର ଡାଲି ଖାଇବାକୁ ଦିଆଯାଉଛି। ଆଜ୍ଞା ପାଠ ଏମିତି ପଢା ହେଉଛି କି, ଚତୁର୍ଥ ଶ୍ରେଣୀ ପିଲା ଅ ଆ ଇ କହି ପାରୁନାହାନ୍ତି । ଏପରିକି ପିଲା ମୁଖ୍ୟମନ୍ତ୍ରୀଙ୍କ ନା ବି ଠିକ ସେ କହି ପାରୁନାହାନ୍ତି। ସହକାରୀ ମହିଳା ଶିକ୍ଷୟତ୍ରୀଙ୍କୁ ଫୋନରେ ଅଶ୍ଳୀଳ ଭାଷାରେ ଗାଳି, ଗୁଣ୍ଡା ଭଳି ଜୀବନରେ ମାରି ଦେବାକୁ ଧମକ,ଏବଂ ବେଆଇନ ପାଚିକା ନିଯୁକ୍ତି, ମଧ୍ୟାହ୍ନ ଭୋଜନ ହେରଫେର ଆଦି ସଙ୍ଗୀନ ଅପରାଧ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ରହିଥିବା ସ୍ଥଳେ ଶିକ୍ଷାବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି, ଆଉ ପ୍ରଧାନ ଶିକ୍ଷକଙ୍କୁ କାହିଁକି ଗିରଫ କରାଯାଉନି ବୋଲି ବୁଦ୍ଧିଜୀବି ତଥା ସାଧାରଣରେ ଦାବି ଜୋର ଧରିଛି । ସେପଟେ ବିଜେପିର ଏକ ମହିଳା ଟିମ କୋଟପାଡ଼ରେ ପହଁଚି ମହିଳା ସହକାରୀ ଶିକ୍ଷୟତ୍ରୀଙ୍କ ସହ କେଟପାଡ଼ ବିଇଓ ଅଫିସରେ ପହଞ୍ଚିଥିଲେ । ଆଜ୍ଞା ଯେଉଁ ବିଦ୍ୟାଳୟରେ ଏଭଳି ବେଲଜ୍ୟା, ବେପରୁଆ, ଗୁଣ୍ଡାଗିରୀ ପ୍ରଧାନ ଶିକ୍ଷକ ରହିବେ, ସେ ବିଦ୍ୟାଳୟ କିଭଳି ଚାଲିଥିବ, ଆଉ କଅଣ ପାଠ ପଢା ହେଉଥିବ, ତାହା ଏଥିରୁ ଜାଣିପାରୁଥିବେ। ଦେଖିବାକୁ ବାକି ରହିଲା, କେବେ ଓ କଅଣ ପଦକ୍ଷେପ ନେଉଛି ଜିଲ୍ଲା ଶିକ୍ଷା ବିଭାଗ? ।ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଲଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ।