ଫେରିଲା ମହାପ୍ରଭୁଙ୍କ ୟେସ୍‌ ବ୍ୟାଙ୍କରେ ଜମା ଥିବା ଟଙ୍କା

35

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିପୁଳ ଟଙ୍କା ଫେରିଆସିଛି। ଫଳରେ ଓଡ଼ିଶାବାସୀ ଆଶ୍ୱସ୍ତି ଲାଭ କରିଛନ୍ତି। ୟେସ୍‌ ବ୍ୟାଙ୍କ ପୁନଃକାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା ୟେସ୍‌ ବ୍ୟାଙ୍କ ପୁରୀ ଶାଖାରେ ଜମାଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ମଧ୍ୟରୁ  ୩୯୭, ୨୩, ୨୭,୬୩୬ ଟଙ୍କା ଫେରିଆସିଛି। ସେଥି ମଧ୍ୟରୁ  ୩୮୯କୋଟି ଟଙ୍କାର ମୂଳଧନ ଏବଂ ସୁଧ ବାବଦରେ ୮,୨୩,୨୭,୬୩୬ ଟଙ୍କା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଜମା କରାଯାଇଛି। ସୂଚନାଯୋଗ୍ୟ ଏହି ଟଙ୍କା ବର୍ଷିକିଆ ଚୁକ୍ତିରେ ଗତବର୍ଷ ମାର୍ଚ୍ଚ ୧୯ରେ ୟେସ୍‌ ବ୍ୟାଙ୍କରେ ଜମା କରାଯାଇଥିଲା। ଏହି ଜମା ଅବଧି ଗୁରୁବାର(ଆଜି) ଶେଷ ହୋଇଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ୩୮୯କୋଟି ଟଙ୍କା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ରଖାଯିବ ବୋଲି ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ସୂଚନା ଦେଇଥିଲେ। ଅବଶିଷ୍ଟ ୧୫୬କୋଟି ଟଙ୍କାର ଜମା ଅବଧି ଆଗାମୀ ୩୦ ତାରିଖରେ ଶେଷହେବ। ସେଥିରେ କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More