ଫେକ ଆଇଡି ଖୋଲି ଶିକ୍ଷକଙ୍କୁ ବଦଳି କରିଦେବାକୁ କହି ୩୪ ଲକ୍ଷ ଟଙ୍କା ହଡ଼ପ କରିଥିବା ଦଲାଲ ଗିରଫ

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : : ଫେସବୁକରେ ଫେକ ଆଇ ଡି ଖୋଲି ବଦଳି ଆଦେଶ ଦେବା ପାଇଁ ଶିକ୍ଷକଙ୍କ ଠାରୁ 34 ଲକ୍ଷ ଟଙ୍କା ହଡପ.ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଂଚଳରୁ ଜଣେ ଠକ ଯୁବକ ଗିରଫ. ତାଠାରୁ ନଗଦ 40 ହଜାର ଟଙ୍କା ସହିତ ସୁନା ଗହଣା ଓ ଗାଡି ଜବତ କଲା ଶାବରଙ୍ଗ ପୋଲିସ. ପୋଲିସଧ ସୂଚନା ଅନୁଯାଇ ଭଦ୍ରକ ସାବରଙ୍ଗ ଅଞ୍ଚଳର ରତ୍ନାକର ମହାପାତ୍ରଙ୍କ ପୁଅ ସୌଭାଗ୍ୟ ରଞ୍ଜନ ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷକ ଭାବେ ଚାକିରୀ କରିଛନ୍ତି. ଜୟପୁର ଅଞ୍ଚଳର ସଂଗ୍ରାମ କେଶରୀ ବାରିକ ନାମକ ଯୁବକ ପ୍ରଥମେ ସହିଦ ରତ୍ନାକରଙ୍କ ସ୍ତ୍ରୀ ସୌଦାମିନୀ ମହାପାତ୍ରଙ୍କୁ ଫୋନ କରି ତାଙ୍କ ପୁଅଙ୍କୁ ତାଙ୍କ ନିଜ ଅଞ୍ଚଳକୁ ଟ୍ରାନ୍ସଫର କରେଇ ଦେବ ବୋଲି କହିଥିଲା. ସେ ଶିକ୍ଷା ବିଭାଗର ସେକ୍ସନ ଅଫିସର ଅଛି ବୋଲି ପରିଚୟ ମଧ୍ୟ ଦେଇଥିଲା. ସେଥିପାଇଁ ପ୍ରଥମେ 5 ଲକ୍ଷ୍ୟ ଟଙ୍କା ଲାଗିବ ବୋଲି କହିଥିଲା. ପରେ ନିୟମ ଚେଞ୍ଜ ହୋଇଛି ବୋଲି କହିଥିଲା ସେଥିପାଇଁ ଆହୁରି ଅଧିକ ଟଙ୍କା ଲାଗିବ ବୋଲି କହି 92 ଟି ଫେଜରେ ଅନଲାଇନ ମାଧ୍ୟମରେ 34 ଲକ୍ଷ୍ୟ 8 ହଜାର 815 ଟଙ୍କା ଠକେଇ କରି ନେଇ ଯାଇଥିଲା . ସେହି ଟଙ୍କାରେ ସଂଗ୍ରାମ ଏକ ସ୍କୋଡା ରାପିଡ଼ କାର କିଣିବା ସହ ବିଭିନ୍ନ ସୁନା କିଣିବା ସହ ଭୁବେନେଶ୍ୱରରେ ବଡ଼ ବଡ଼ ହୋଟେଲରେ ଅୟେସ କରିଥିଲେ.ହେଲେ ବଦଳୀ ଆଦେଶ ଦେଇ ପାରି ନ ଥିଲେ. ତେଣୁ ଯେତେବେଳେ ସମସ୍ତ ଟଙ୍କା ନେବା ପରେ ଚାକିରୀ ଟ୍ରାନ୍ସଫର ଅର୍ଡର ମାଗିବାରୁ ସୌଦାମିନୀକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ସଂଗ୍ରାମ. ଏମିତିକି ପୋଲିସକୁ ଜଣାଇଲେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ. ଏହି ଠକେଇ ପରେ ସୌଦାମିନୀ ତାଙ୍କ ପୁଅ ସୌଭାଗ୍ୟ ସାବରଙ୍ଗ ଥାନାରେ ଲିଖିତ ଭାବେ ଜଣାଇଥିଲେ. ସାବରଙ୍ଗ ପୋଲିସ ଓ ଗ୍ରାମାଞ୍ଚଳ ପୋଲିସ ଏହି ଘଟଣାର ତଦନ୍ତ କରି ଠକ ସଂଗ୍ରାମ କେଶରୀକୁ ବାସୁଦେବପୁର ଅଞ୍ଚଳରୁ ଗିରଫ କରିଛି. ତାଙ୍କ ନିକଟରୁ ଏକ ସ୍କୋଡା ରାପିଡ଼ କାର, ନଗଦ 40 ହଜାର ଟଙ୍କା,135 ଗ୍ରାମର ସୁନା, ମୋବାଇଲ ଫୋନ ସହ ବିଭିନ୍ନ ବ୍ୟାଙ୍କ ପାସବୁକକୁ ଜବତ କରିଛି ପୋଲିସ. ଏହି ଠକେଇରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେଥିପାଇଁ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଭଦ୍ରକ ଏସ ଡି ପି ଓ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More