ଫୁଲବାଡ଼ିଆ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯାଳୟ ଠାରେ ମିଳିତ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ବିଜାତଳା ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ଚଢ଼େଇ ପାହାଡି ପଞ୍ଚାୟତର ଫୁଲବାଡିଆ ଗାଁ ଏବେ ବି ବିକାଶର ବହୁ ଦୂରରେ ରହିଛି। ଶିକ୍ଷା , ପାନୀୟ, ସ୍ବାସ୍ଥ୍ୟ ସେବା ପରି ବିଭିନ୍ନ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏହି ଗ୍ରାମରେ ୩୫ଟି ବିପିଏଲ ତାଲିକାଭୁକ୍ତ ଆଦିବାସୀ ପରିବାର ବସବାସ କରନ୍ତି।ଯାହାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ। ଗାଁ ରେ ୩ଟି ନଳକୂପ ଅଛି । ଦୁଇଟି ନଳକୂପ ସଂପୂର୍ଣ୍ଣ ଅଚଳ ଏବଂ ଗୋଟିଏ ନଳକୂପ ରେ ଗୋଳିଆ ପାଣି ବାହାରୁଛି। ଏଭଳି ପରିସ୍ଥିତି ଗାଁ ଲୋକେ ଏକ ପଥର କୂଅ ରୁ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ଗାଁରେ ଭଡା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଗମନାଗମନ ପାଇଁ ପଥୁରିଆ ଆବଡାଖାବଡା ରାସ୍ତାହିଁ ଏକମାତ୍ର ଭରସା। ତେବେ ବର୍ଷା ଦିନେ ଗାଁ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଉଥିବା ବେଳେ ରୋଗୀ ମାନଙ୍କୁ ଖଟିଆ ରେ ବୋହି ଡାକ୍ତରଖାନା ପହଞ୍ଚାଇ ଥାଆନ୍ତି। ଗାଁରେ ପୋଖରୀ ନାହିଁ। ଗାଧେଇବା ପାଇଁ ବହୁତ ହ ଇରାଣ ହେଉଛନ୍ତି। ଗାଁ ରେ ବସୁଧା ପାଣି ଟାଙ୍କି ବ୍ୟବସ୍ଥା, ରାସ୍ତା ମରାମତି ଏବଂ ପୋଖରୀ ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More