ଫୁଲପଡା ଠାରେ ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

15

Get real time updates directly on you device, subscribe now.

ନରସିଂହପୁର 9ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକ ଅନ୍ତର୍ଗତ ପୁଲପଡ଼ା ଛକରେ ଥିବା ତ୍ରିନାଥ ମନ୍ଦିର ର ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିରର ପୂର୍ବରୁ ଏକ ଗଛ ମୂଳରେ ତ୍ରିନାଥ ଠାକୁର ପୂଜା ପାଉଥିଲା ବେଳେ ଦୀର୍ଘ 10 ବର୍ଷ ହେଲା ମନ୍ଦିର ତିଆରି କରାଯାଇ ପୂଜାର୍ଚନା କରାଯାଉଅଛି।ଆଜି ମନ୍ଦିରର ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଗ୍ରାମ ର ସଭାପତି ତଥା ସରପଞ୍ଚ ଶ୍ରୀ ବୀରେନ୍ଦ୍ର କିଶୋର ବେହେରା, ସମ୍ପାଦକ ଶ୍ରୀ ଗଙ୍ଗାଧର ବେହେରା, ଗୋକୁଳ ବେହେରା, ଭୀମସେନ ବେହେରା, ମଧୁସୂଦନ ବେହେରା, ବୈକୁଣ୍ଠ ନାଥ ବେହେରା, ଗୋପୀନାଥ ବେହେରା, ବିରଞ୍ଚି ବେହେରା, ଯଦୁନାଥ ବେହେରା, ନରେନ୍ଦ୍ର କୁମାର ବେହେରା, ଅକ୍ରୁର ବେହେରା, ଅରୁଣ କୁମାର ବେହେରା, ଶ୍ରୀନିବାସ ବେହେରା, ପ୍ରମୋଦ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ଭାବରେ ପୋଲିସ ହାଉସିଂ ବୋର୍ଡ ଇଂ ପ୍ରତାପ ବେହେରା ଯୋଗ ଦେଇଥିଲା ବେଳେ ପୂର୍ବରୁ ତାଙ୍କର ନରସିଂହପୁର ରେ ସବ ଜେଲ ଓ ଯୋଡୁମୁ ଫାଣ୍ଡିର ନୂତନ ଘର ଓ ଅନନ୍ତନାରାୟନ ହାଇସ୍କୁଲ ର ପୁରାତନ ଛାତ୍ର ଓ ଆଲୁମିନା ତରଫରୁ ସ୍କୁଲ ର କିଭଳି ଉର୍ଣ୍ଣତି ହୋଇପାରିବ ସେ ମଧ୍ୟ ଦାୟିତ୍ୱ ନେଇଥିବାର ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More