କଟକ(ସଂଘର୍ଷ ମିଡିଆ ) : କଟକ ଭୁବନେଶ୍ୱର ମଧ୍ୟବର୍ତ୍ତୀ ବମ୍ପକୁଦ ନିକଟରେ ମୁଖ୍ୟରାସ୍ତା ରେ କଟକ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାରଟି ଅଚାନକ ଡିଭାଇଡରରେ ମାଡ଼ ହୋଇ ପଲଟି ଯାଇଥିଲା। ଗାଡି ମଧ୍ୟରେ ଚାରିରୁ ପାଞ୍ଚ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛୋଟ ଶିଶୁଟିଏ ଥିଲା। କଟକ ସିଡିଏ ଅଞ୍ଚଳର ଡାକ୍ତର ଫ୍ୟାମିଲି ପୁରୀ ଯାଉଥିଲେ ବୋଲି ଦୁର୍ଘଟଣା ଗ୍ରସ୍ତ ଲୋକେ କହୁଥିବାର ଜଣା ପଡ଼ୁଥିଲା।108 ଯୋଗେ ମେଡିକାଲ ପଠାଯାଇଥିଲା।ଦୁର୍ଘଟଣା ସ୍ଥଳରେ କିଛି ସମୟ ଗାଡ଼ି ରାସ୍ତା ଜାମ ରହିଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ରାସ୍ତାରେ ଗାଡି ମୋଟର ଚଳାଚଳ ସ୍ବାଭାବିକ କରିଥିଲେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।