ଫିରିଙ୍ଗିଆ ଥାନା ପୋଡି ଘଟଣା, ବିଧାୟକଙ୍କ ଥାନାର ସ୍ଥିତି ଅନୁଧ୍ୟାନ

13

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ମିଡିଆ) :- ଫିରିଙ୍ଗିଆ ଥାନାକୁ ଗତ 5 ତାରିଖରେ ପୋଲିସ ବିରୁଦ୍ଧରେ ଗଞ୍ଜେଇ ଜବତ କରି ପୋଲିସ ଗାଡ଼ିରେ ନେଇ ବିକ୍ରି କରୁଥିବା ଏବଂ ସାଧାରଣ ଲୋକଙ୍କୁ ହଇରାଣ କରି ଜେଲ ପଠାଉଥିବା ଭଳି ଅଭିଯୋଗରେ ବ୍ଲକ ଛକରେ ରାସ୍ତା ଅବରୋଧ ସହ ପୋଲିସ ଅଧିକାରୀ ଙ୍କୁ ମାଡ଼ ମାରିବା ସହ ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନା ଜାଳି ପୋଡି ପାଉଁଶ କରି ଦେଇଥିବା ବେଳେ ଏହି ଘଟଣା ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ତେବେ ଘଟଣା ରେ ଥାନା ଟି ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ଗତ କାଲି ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ଫୁଲବାଣୀ ମୁଖ୍ୟାଳୟ କୁ ବଦଳି ସହ ଦୁଇ ହୋମ ଗାର୍ଡଙ୍କୁ ଦରଖାସ୍ତ କରାଯାଇଥିଲା l ଏହି ଘଟଣା ପରେ ଅଞ୍ଚଳ ରେ ଭୟରେ ଲୋକେ ବାହାରୁ ନଥିବା ବେଳେ ଆଜିବି ଜନ ଶୂନ୍ୟରହିଛି ଫିରିଙ୍ଗିଆ ବଜାର l ଏହି ପରିସ୍ଥିତି ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଫିରିଙ୍ଗିଆ ଥାନାକୁ ଜାଇ ପରିସ୍ଥିତିର ଅନୁଧ୍ୟାନ କରିବା ସହ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି l ଥାନା ସମ୍ପୂର୍ଣ ନଷ୍ଟ ହୋଇଥିବାରୁ ଜେସିବି ସାହାଯ୍ୟରେ ସଫା କରିବା ସହ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ତରଫରୁ ପ୍ରୟାସ ଜାରି ରହିଛି l ତେବେ ୧୯ ଜଣକୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ୧୯ ଜଣକ ମଧ୍ୟରେ ନିରୀହ କିଛି ଲୋକେ ଯେଉଁ ମାନେ ଥାନା ପୋଡି କିମ୍ବା ରାସ୍ତା ଅବରୋଧରେ ନଥିଲେ ତାଙ୍କୁ ପୋଲିସ ମାଡ଼ ମାରି ଗିରଫ କରି ଜେଲକୁ ପଠାଇଥିବା ନେଇ ଅଭିଯୋଗ ସହ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି l ଅନ୍ୟ ପଟେ ଗିରଫ ପରେ ପ୍ରକୃତ ଘଟଣା ଏବଂ ସମ୍ପୃକ୍ତି ଜାଣିବା ପରେ ଲୋକଙ୍କୁ କୋର୍ଟ ଚାଲାଣ କରିବାକୁ ଅଞ୍ଚଳ ବାସି ଦାବୀ କରିଛନ୍ତି l ଏହି ଘଟଣା ନେଇ ବିଭିନ୍ନ ଗାଁରେ ମଧ୍ୟ ଭୟର ବାତାବରଣ ଦେଖା ଯାଇଛି l ତେବେ ପୋଲିସ ବିଭିନ୍ନ ଭିଡିଓ ଓ ଫୋଟ ଆଧାରରେ ସମ୍ପୃକ୍ତ ଲୋକଙ୍କର ତାଲିକା ପ୍ରସ୍ତୁତ କରିଥିବା ବେଳେ ଶତାଧିକ ଲୋକେ ଗିରଫ କରାଯିବା ଭୟରେ ସାଧାରଣ ଲୋକେ ବି ଫିରିଙ୍ଗିଆ ବଜାରକୁ ଯିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି l ପରିସ୍ଥିତି ଦୃଷ୍ଟି କୋଣରୁ ଫିରିଙ୍ଗିଆ ଅଞ୍ଚଳ ରେ ପ୍ଲାଟୁନ ପ୍ଲାଟୁନ ଫୋର୍ସ ଓ ଯବାନ ମୁତୟନ କରାଯାଇଛି l ଗଞ୍ଜେଇ ମାଫିଆ, ବେପାରୀ ସହ ଖଳ ପ୍ରକୃତିର ଲୋକେ ରାସ୍ତା ଅବରୋଧ ର ସୁଯୋଗ ନେଇ ଏଭଳି ଲଙ୍କା କାଣ୍ଡ ଘଟାଇଥିବା ଜଣା ପଡ଼ିଥିବା ବେଳେ ଘଟଣା ଘଟାଇ ଅଧିକାଂଶ ଲୋକେ ଗିରଫ ଭୟରେ ବାହାର ରାଜ୍ୟକୁ ଫେରାର ପାଇଁ ରାସ୍ତା ଖୋଜୁ ଥିବା ଆଲୋଚନା ହେଉଛି l କନ୍ଧମାଳ ଜିଲ୍ଲାରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More