ଫା ଫାଉଣ୍ଡେସନର ଉଦଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

14

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଫା ଫାଉଣ୍ଡେସନ ନାମକ ଏକ ସ୍ବେଛାସେବୀ ସଂଗଠନର ଶୁଭ ଉଦଘାଟନ ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଫା ଫାଉଣ୍ଡେସନ ତରଫରୁ ଏକ ନୂତନ ମାରୁତି ଭ୍ୟାନକୁ ଲୋକାର୍ପିତ କରା ଯାଇଅଛି। ଅନୁଷ୍ଠାନ ର ଅଧ୍ୟକ୍ଷା ସୁଶ୍ରୀ ହସିନା ବେଗମ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀର ବିଧାୟକ ସୁବ୍ରତ ତରାଇ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ । ବିଶେଷ ଭାବେ ଶିଶୁ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଜନମଙ୍ଗଳ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଫା ଫାଉଣ୍ଡେସନ ତରଫରୁ ନିଜସ୍ୱ ଉଦ୍ୟମରେ ଯେଉଁ ପ୍ରୟାସ କରାଯାଇଅଛି ତାହା ସରକାର ଓ ଜନତାଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିପାରିବ ଏବଂ ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ତରାଇ ନିଜର ବ୍ୟକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଫା ଫାଉଣ୍ଡେସନ ର ଉପାଧ୍ୟକ୍ଷ ସୁଲତାନ ଖାନ ଓ ଇରଫାନ ଖାନ, ସମ୍ପାଦିକା ସାଇନା ବେଗମ, ବିଜେଡି ୟୁନିଟ ସଭାପତି ଟିଂକୁ ଖାନ, ଯୁବ ଡାକ୍ତର ନୁର ଅହମ୍ମଦ, ସଲମାନ ଅରିଫ, ଯୁନୁଷ ଖାନ ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More