ଫାର୍ମାସିଷ୍ଟ ମାନଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): = ନବରଙ୍ଗପୁର ଜିଲ୍ଲା ଉମରକୋଟ ଡାକ୍ତରଖାନାରେ ଆୟୋଜିତ ୫ଦଫା ଦାବୀ ପୁରଣ ନ ହେଲେ ଆସନ୍ତା ୧୭ ତାରିଖ ସମୁହ ଛୁଟିରେ ଜିବେ ବୋଲି ସମ୍ବାଦିକ ସମ୍ମିଳନୀ ସହ ଅବସରକାଳୀନ ସମ୍ବର୍ଧନା କାର୍ଜ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଙ୍ଘର ସମ୍ପାଦକ ଜଗନ୍ନାଥ ରଥ ଯୋଗଦେଇ ୫ଦଫା ଦାବୀ ଉପରେ ବ୍ୟାପକ ଆଲୋଚନା ରଖିଥିଲେ।ଦାଵୀ ମଧ୍ୟରେମୂଳ ଦରମା ଗ୍ରେଡ୍ ପେ ୨୪୦୦ ରୁ୨୮୦୦ ଟଙ୍କାକୁ ଵୃଦ୍ଧି କରିଵା,ଦୁଇ ଵର୍ଷ ଚାକିରି ପରେ ଗ୍ରେଡ୍ ପେ ୪୨୦୦ କୁ ବ୍ରୁଧି କରିବା,ସଂଶୋଧିତ୍ ଫାର୍ମାସିଷ୍ଟ କ୍ୟାଡରକୁ ୨୦୧୬ ଜାନୁଆରୀ ୧ ପରିବର୍ତ୍ତେ ୨୦୧୩ ଅଗଷ୍ଟ୨୪ ତାରିଖରୁ କାର୍ଜ୍ୟକରୀ କରାଜାଇ ପଦୋନ୍ନତି ପ୍ରଦାନ,ଫାର୍ମାସିଷ୍ଟ ପଦବୀକୁ ଫାର୍ମାସିଷ୍ଟ ଅଫିସର ଭବେ ନାମ କରଣ କରିବା,୨୦୧୩ ପୁର୍ବରୁ ଠିକା ନିଜୁକ୍ତି ପାଇଥିବା ସମସ୍ତ ଫାର୍ମାସିଷ୍ଟ ଙ୍କୁ ବରିଷ୍ଠତା ବିବେଚନା କରି ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ଏମଏଚୟୁ ଓ ଆର୍ ବିଏସ୍ କେ ଅଧିନରେ କାର୍ଜ୍ୟ ରତ ସମସ୍ତ ଫାର୍ମାସିଷ୍ଟ ଙ୍କୁ ସ୍ଵାସ୍ଥ୍ୟ ବିଭାଗର ଖାଲି ପଡି ଥିବା ସ୍ଥାନରେ ନିୟମିତ୍ ନିଜୁକ୍ତି ଆଦି ରହିଛି।ଦାବୀ କରାଯାଇଥିବା ୫ ଦଫାକୁ ଯଦି ଆସନ୍ତା ୧୫ ତାରିଖ ସୁଧ୍ଯା ରାଜ୍ୟ ସରକାର ପୁରଣ ନ କଲେ ୧୭ ତାରିଖରୁ ସମସ୍ତ ଫାର୍ମାସିଷ୍ଟ ଅନିର୍ଧିଷ୍ଟ କାଳ ପର୍ଜ୍ୟନ୍ତ ସମୁହ ଛୁଟିରେ ଜିବେ ବୋଲି ଚେତାବନୀ ଦେଇଛନ୍ତି।ଶେଷ ପର୍ଜ୍ୟାୟରେ ବରିଷ୍ଠ ଫାର୍ମାସିଷ୍ଟ ରାଜକିଶୋର ପଟ୍ଟନାୟକଙ୍କୁ ସମ୍ବର୍ଧନା କରାଯାଇଥିଲା ।ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନଳିନୀ ରଞ୍ଜନ ମିଶ୍ର,ଅନ୍ୟମାନଙ୍କ ମଧ୍ୟରେ ସୁବିର ସାହୁ, ଅଭିମନ୍ୟୁ ସାହୁ,ହିରାଲାଲ ସାହୁ,ଭବନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ରମା ରମଣ ପଣ୍ଡା ସଭାଟିକୁ ବେଶ ସୁନ୍ଦର ଭାବେ ପରିଚାଳନା କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More