ମାହାଙ୍ଗା ( ସଂଘର୍ଷ ମିଡିଆ ) : ଓଡିଶା କଳା ସଂସ୍କୃତି ଇତିହାସର ରଚୟିତା ଦେଵାତ୍ମା ପ୍ୟାରୀମୋହନ ଓଡ଼ିଆ ଜାତିକୁ ଜାଗ୍ରତ କରିବା ପାଇଁ ଓଡିଶା ଇତିହାସ ରଚନା କରିବାର ପ୍ରୟାସ ନେଇଥିଲେ । ଓଡ଼ିଆ ଭାଷାର ଜନକ ତଥା ପ୍ରଥମ ସମ୍ବାଦ ପତ୍ରର ରଚୟିତା ଐତିହାସିକ ଦେଵାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ସ୍ଥାନ କଟକ ଜିଲ୍ଲା ମାହାଙ୍ଗା ପଶୁଲୁଣ୍ଡା ଠାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । କୋଭିଡ ମହାମାରୀ କଟକଣା ପାଇଁ କେବଳ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ପଶୁଲୁଣ୍ଡା ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯାଇଥିବା ପ୍ରତିମୂର୍ତ୍ତି ସ୍ଥଳରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତାରିଣୀ ପ୍ରସାଦ ପୁହାଣଙ୍କ ଅଧକ୍ଷତାରେ ପୂର୍ବତନ ପ୍ରଧାନ ଶିକ୍ଷକ ଅଭୟଚରଣ ପଣ୍ଡା, ମାହାଙ୍ଗା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଭାବଗ୍ରାହୀ ରାଉତ, ଶିକ୍ଷକ ପ୍ରଭଞ୍ଜନ ସାହୁ ଶିକ୍ଷୟତ୍ରୀ ମମତା ମହାପାତ୍ର, ଅଧ୍ୟାପକ ମନୋରଞ୍ଜନ ବେହେରା, ସମାଜ ସେବି ଜିତେନ୍ଦ୍ର ସାହୁ, କ୍ଷେତ୍ରମୋହନ ସାହୁ, ବିଷ୍ଣୁ ଚରଣ ବାରିକ, ଗୌରାଙ୍ଗ ଜେନା ପ୍ରମୁଖ ଯୋଗଦେଇ ଏହି ମାହାଙ୍ଗାର ବରପୁତ୍ର ତଥା ସଂଗ୍ରାମୀ ଜନନାୟକ ଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ମାହାଙ୍ଗା ପ୍ୟାରୀମୋହନ ଆଚାର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆଇନଜୀବୀ ଦୀପକ ମହାନ୍ତି, ରବିନାରାୟଣ ସାହୁ, ପତିତପାବନ ବଳ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ମହାନ ଯୋଗଜନ୍ମା ମହାପୁରୁଷଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉତ୍କଳ ପ୍ରଦେଶ ଗଠନ ଓ ଭାଷା ସାହିତ୍ୟ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ପ୍ୟାରୀମୋହନ ଙ୍କ ଗୁରୁତ୍ୱ ପୂର୍ଣ୍ଣ ଅବଦାନ ଆମ ଓଡିଶା ବାସୀଙ୍କ ପାଇଁ ଗର୍ବ ହୋଇଥିବା ବେଳେ ତାଙ୍କ ଜନ୍ମ ମାଟି ଆଜି ଅବହେଳିତ, ତାଙ୍କ ଜନ୍ମ ସ୍ଥାନ ରେ ଏକ ସ୍ମାରକୀ ସ୍ଥାପନ ସହ କଟକରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମାହାଙ୍ଗାର ବୁଦ୍ଧିଜୀବୀ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିବା ସହ ଏହା ହୋଇପାରିଲେ ତାଙ୍କ ପାଇଁ ସବୁଠାରୁ ବଡ ଶ୍ରଦ୍ଧାଞ୍ଜଳି ହେବବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।