ପ୍ରେମ ପରେ ପ୍ରତାରଣା, ଅଭିଯୋଗ ଆଣିଲେ ପ୍ରେମିକା

7

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଧୁନିକ ଯୁଗରେ ଯୁବକ ଯୁବତୀ ମାନଙ୍କ ଠାରୁ ଆରମ୍ଭ କରି ବିଭାହିତା ପୁରୁଷ ଓ ମହିଳାମାନେ ପ୍ରେମ କରି ବହୁ ପରିମାଣରେ ବିଫଳ ହୋଇଥିବା ବେଳେ ଅଳ୍ପ କିଛି ପ୍ରେମି ଯୁଗଳ ସଫଳ ହୋଇଥିବା ନଜିର ରହିଛି। ପ୍ରେମ ନିଶା ଯାହାକୁ ସମ୍ପୁର୍ଣ୍ଣ ଭାବେ ଗ୍ରାସକରେ ସେ ନିଶାରୁ ମୁକ୍ତିପାଇବା ଭାରି କଷ୍ଟ ହୋଇଥାଏ। ଏଭଳି ଏକ ପ୍ରେମ ପ୍ରତାରଣା ଘଟଣା ଘଟିଯାଇଛି ତନ୍ତିଆପାଳ ଥାନା ଅନ୍ତର୍ଗତ ଗଗୁଆ ପଞ୍ଚାୟତ ବଡରାହାମା ଗାଁରେ। ଦୀର୍ଘ 6 ବର୍ଷରୁ ଉର୍ଦ୍ଧ୍ବ ହେବ ସେହି ଗ୍ରାମର ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଇ ଆସୁଥିଲେ । ଏମିତି କି ବେଳାବେଳା ଅନିଦ୍ରା ହୋଇ ଫୋନ ରେ କଥାହେବା ଓ WhatsApp ରେ chatting କରିବା ସହିତ ଭିଡିଓ କଲ ମାଧ୍ୟମରେ ପରସ୍ପରକୁ ଦେଖୁଥିଲେ, ହସୁଥିଲେ, କାନ୍ଦୁଥିଲେ ଓ ମସ୍ତି ବି କରୁଥିଲେ କଥାରେ କଥାରେ କହୁଥିଲେ କେତେକଥା। ତୋ ବିନା ମୁଁ କେବେ ବଞ୍ଚି ପାରିବି ନାହିଁ, ତୋତେ ନପାଇଲେ ମୁଁ ପାଗଳ ହୋଇଯିବି, ତୁମେ ମୋତେ ନ ମିଳିଲେ ମୁଁ ସତ କହୁଛି ମୁଁ ମରିଜିବି। ଏଭଳି ପ୍ରତିଶ୍ରୁତି ଦେଇ ଠକି ଦେଲା ବିଶ୍ଵାସ ଘାତକ ପ୍ରେମିକ। ଦିନେ ପ୍ରେମିକ ଫୋନ କରି ପ୍ରେମିକାକୁ ଡାକିଥିଲେ କହିଲେ ତୁମେ ଶିଘ୍ର ଆସ ନହେଲେ ମୋ ବାହାଘର ଆମ ଘରଲୋକ ଅନ୍ୟ ଝିଅ ସହିତ କରିଦେବେ। 6ବର୍ଷର ପ୍ରେମକୁ ନଭୁଲି ଦିଲ୍ଲୀରେ ବିୟୁଟି ପାଲରରେ କାର୍ଯ୍ୟ କରୁଥିବା ପ୍ରେମିକା ଦିଲ୍ଲୀରୁ ପଲ୍ଲୀକୁ ଧାଇଁ ଆସିଥିଲେ। ଭୁବନେଶ୍ୱରରେ ପହଂଚି ପ୍ରେମିକ ନିକଟକୁ ଫୋନ କରିଥିଲେ, ଫୋନ ପାଇ ପ୍ରେମିକ ନ ଆସି ଅନ୍ୟ ଏକ ଯୁବକକୁ ପଠାଇଥିଲେ। ସେହି ଅପରିଚିତ ଯୁବକ ସହିତ ପ୍ରେମିକା ଯାଇଥିଲେ ପ୍ରେମିକର ଭଉଣୀ ଘରକୁ। ସେଠାରେ ଏମିତି କଣ ଘଟିଲା ଏ ନେଇ ପ୍ରେମିକା କଟକ ଗୋପାଳପୁର ଥାନାରେ ପହଂଚି ତାଙ୍କ ଭାଇକୁ ଫୋନ କରିଥିଲେ। ଭାଇ ସହିତ ଭଊଣି ଗାଁକୁ ଆସିଥିଲେ ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ବିରୋଧରେ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରେମରେ ହାରି ଜାଇଥିବା ପ୍ରେମିକାର ସମସ୍ତ କଥା ଶୁଣି ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। (କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More