ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କାଳିଓ ଗ୍ରାମର ପ୍ରେମୀ ଯୁଗଳ ଆଜି ଜଗତସିଂହପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଁଚି ଆତ୍ମସମର୍ପଣ କରିଥିବାର ସଂପୃକ୍ତ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ କାଳିଓ ଗ୍ରାମର ଅଜୟକୁମାର ସେଠୀଙ୍କ ପୁଅ ଆଶିଷ ଦୀର୍ଘ ଦିନ ହେବ ସେହି ଗ୍ରାମର କ୍ଷୀରୋଦ ସ୍ଵାଇଁଙ୍କ ଝିଅ ମନି ( ଛଦ୍ମ ନାମ ) ୨୩କୁ ଭଲପାଇ ଆସୁଥିଲେ। କିନ୍ତୁ ତାଙ୍କର ବିବାହ ପାଈଁ ଝିଅର ପରିବାର ପକ୍ଷରୁ ଅରାଜି ହୋଇଥିଲେ। ତେଣୁ ଆଶିଷ ଓ ମନି ଫେରାର ହୋଇଯାଇଥିଲେ। ଝିଅ ଫେରାର ସମ୍ପର୍କରେ ବାପା ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ତେବେ ଦୁଇ ପ୍ରେମି ଯୁଗଳ କୋର୍ଟରେ ରେଜେଷ୍ଟ୍ରି ବିବାହ କରିବା ସହ ନିକଟ ଦଶନମ୍ବରରେ ଥିବା ତାରଦେବୀ ମନ୍ଦିରରେ ବିବାହ କରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ। ଆଶିଷ ଓ ମନି ଗଣମାଧ୍ୟମକୁ କହିଥିଲେ ଆମେ ଦୁହେଁ ଦୁହିଁଙ୍କୁ ଭଲପାଉ ଓ ସ୍ୱଇଛାରେ ବିଭାହ କରିଛୁ ।ତେଣୁ ଆମକୁ ଘରସଂସାର କରିବାକୁ ଅନୁମତି ଦିଆଯାଉ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।