ପ୍ରେମିକ ବାହାବେଦୀରେ ଅନଶନରେ ବସିଲେ ପ୍ରେମିକା

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପ୍ରେମ କରି ପ୍ରତାରଣା କଲେ। ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ ପାଇଁ ବେଦୀ ପ୍ରସ୍ତୁତ ଥିବା ବେଳେ ବିବାହ ବେଦିରେ ଅନଶନରେ ବସିଛନ୍ତି ପ୍ରତାରଣା ପାଇ ଥିବା ଯୁବତୀ । ଯୁବକର ମଙ୍ଗନ ଦିନ ପ୍ରତାରିତ ଯୁବତୀ ଜଣକ ଯୁବକର ବିବାହ ବେଦିରେ ବସି ନ୍ୟାୟ ଭିକ୍ଷା କରି ଯୁବକକୁ ବିବାହ ପାଇଁ ଜିଦ ଧରିଛି । ଏଭଳି ଅଭାବନୀୟ ଘଟଣା ପୁରୀ ନିମାପଡ଼ା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ।ପୁରୀର ଜନୈକ ଯୁବତୀ ପ୍ରତାରିତ କରିଥିବା ଯୁବକ ରମେଶ ମଲିକ ଙ୍କ ଘରେ ପହଂଚି ଧାରଣା ଦେଇଛି। ସୂଚନା ଅନୁସାରେ ପୁରୀ ଟାଉନ ଥାନା ଅନ୍ତର୍ଗତ ତିଆଡ଼ି ସାହି ବାଲି ଉପର ଗ୍ରାମର ଅପର୍ତ୍ତି ମଳିକଙ୍କ ଝିଅକୁ ବଳଙ୍ଗା ତୋଟା ସହି ରବି ମଳି ଙ୍କ ପୁଅ ରମେଶ ମଲିକଙ୍କୁ ଦୀର୍ଘ ଦିନ ଧରି ଭଲ ପାଇ ଆସୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଉକ୍ତ ଯୁବତୀ ଗର୍ଭବତୀ ହେଲା ପରେ ଉକ୍ଟ ଯୁବକ ଔଷଧ ଦେଇ ଗର୍ଭପାତ କରାଇଥିବା ପୀଡ଼ିତା ଯୁବତୀ କହିଚନ୍ତି। ରମେଶ ମଲିକ ପିଡୀତାଙ୍କୁ ପ୍ରତାରଣା କରିବା ପରେ ଯୁବତୀ ଯୁବକର ବିବାହ ବେଦିରେ ବସି ଧାରଣା ଦେଇଛି । ତେବେ ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାେରେ, ପୁରୀ ଟାଉନ ଥାନା ଅଞ୍ଚଳର ଲକ୍ଷ୍ମୀ ମଲ୍ଲିକଙ୍କ ସହ ବଳଙ୍ଗା ଥାନା ତୋଟା ସାହିର ରମେଶ ଚନ୍ଦ୍ର ମଲ୍ଲିକରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ଲକ୍ଷ୍ମୀ ଗର୍ଭବତୀ ହୋଇଥିଲେ କିନ୍ତୁ ରମେଶ ଗର୍ଭ ନଷ୍ଟ କରିଥିଲେ । ଏ ନେଇ ଲକ୍ଷ୍ମୀ ମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ରମେଶ ଜେଲ ଯାଇଥିଲେ । ପରେ ବିବାହର ପ୍ରତିଶ୍ରୁତି ମିଳିବାରୁ ଆପୋଷ ସମାଧାନ ହୋଇଥିଲା ଓ ରମେଶ ଘର ଲୋକେ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ରମେଶ ଅନ୍ୟ ସ୍ଥାନରେ ବାହା ହେଉଥିବା ଖବର ପାଇବା ପରେ ଲକ୍ଷ୍ମୀ ମଲ୍ଲିକ ବାହାବେଦି ଉପରେ ଧାରଣାରେ ବସିଥିଲେ । ନ୍ୟାୟ ଦେବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ରମେଶଙ୍କ ପରିବାର ଲୋକେ ଏସବୁ ମିଛ କହି ଏ ଯୁବତୀକୁ ବୋହୂ ରୁପେ ଶିକାର କରିବେନି ବୋଲି ପୁଅର ବାପା ସିଧାସଳଖ ମନାକରିଛନ୍ତି । ସେପଟେ ପୁଅ ଫେରାର ଥିବା ସୁଚନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More