ପ୍ରେମିକାର ଧୋକା ସହି ପାରିଲେନି ପ୍ରେମିକ, ଫେସବୁକରେ ଭିଡ଼ିଓ ପୋଷ୍ଟ କରି ଗଛରେ ଝୁଲିପଡିଲେ

11

Get real time updates directly on you device, subscribe now.


କଟକ(ସଂଘର୍ଷ ମିଡିଆ) : – ଦୀର୍ଘ ଛଅ ବର୍ଷର ଆମ ଭଲ ପାଇବା ମୁଁ ଜୀବନଠୁ ଅଧିକ ଭଲ ପାଉଥିଲି କିନ୍ତୁ ସେ ବୁଝି ପାରିଲିନି ଅନ୍ୟ ମାନଙ୍କ ସହିତ ସମ୍ପର୍କ ରଖି ମୋତେ ଧୋକା ଦେଲା, ପ୍ରେମିକା ସହିତ ଚାରିଜଣ ମୋତେ ବାରମ୍ବାର ଧମକ ଦେଇଥିଲେ। ଯଦି ମୁଁ ଆତ୍ମହତ୍ୟା ନକରେ ସେମାନେ ମୋ ମୋତେ ମୋ ପରିବାରକୁ ମାଡ଼ ମାରିବା ସହ ବିଭିନ୍ନ ମାମଲାରେ ଫସାଇ ହଇରାଣ କରିବେ ବୋଲି। ମୋତେ ଯାହା ହେଲେ ଚଳିବ କିନ୍ତୁ ମୋ ପରିବାରକୁ ନୁହେଁ ତେଣୁ ମୁଁ ଏହି ବାଟକୁ ବାଛିନେଲି । ଏମିତି ଜଣେ ଯୁବକ ନିଜ ଫେସବୁକ୍ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରିବାର କିଛି ସମୟ ପରେ ଛୋଟ ପାହାଡ଼ର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରତାପ କୁମାର ସାହୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ କୋକୋଳବା ଗ୍ରାମରେ ସୂଚନାରୁ ପ୍ରକାଶ ଯେ ପ୍ରତାପ ସୋମବାର ମଧ୍ୟାହ୍ନରେ ଏଭଳି କିଛି ଭିଡ଼ିଓ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏହାର କିଛି ସମୟ ପରେ କୋକୋଳବା ଗ୍ରାମ ନିକଟରେ ଥିବା ଏକ ଛୋଟ ପାହାଡ ଉପରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ହେଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ନରସିଂହପୁର ଥାନା ପକ୍ଷରୁ ସୁଚନା ଦିଆଯାଇଛି।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More