ପ୍ରେମିକାର ଦଶ ଶୁଦ୍ଧିକ୍ରିୟା ଦିନ ଜେଲ ଗଲା ପ୍ରତାରକ ପ୍ରେମିକ

13

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ) : – ମନ୍ଥରଗତିରେ ଚାଲିଛି ଆତ୍ମହତ୍ୟାର ତଦନ୍ତ। ୫ ଜଣଙ୍କ ନାଁରେ ଏତଲା ହୋଇଥିବା ବେଳେ ଆତ୍ମହତ୍ୟାର ଦଶଦିନ ପରେ ବନ୍ଧା ହେଲା ଜଣେ ଅଭିଯୁକ୍ତ। ପୋଲିସର କୋହଳ ତଦନ୍ତ ଉପରେ ଅଭିଯୋଗ ଉଠାଇଲେ ମୃତକାଙ୍କ ପରିବାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଂଚାୟତର କାଳିଦାସ ଗାଁରେ ଗତ ଅଗଷ୍ଟ ୩୦ ତାରିଖ ସନ୍ଧ୍ୟାରେ ଏହି ଗାଁରେ ଏକ ଘର ଭଡା ନେଇ ରହୁଥିବା ମନୋଜ କୁମାର ଦାସଙ୍କ କଲେଜ ପଡୁଆଁ ମେଧାବୀ ନାବାଳିକା ବଡଝିଅ ମନୀଷା ଦାସ ନିଜର ଓନି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ପ୍ରଥମେ ମନିଷାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲା । ବିଧି ରକ୍ଷା ପାଇଁ ନିଶ୍ଚିନ୍ତକୋଇଲି ପୋଲିସ ପ୍ରଥମେ ୭/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଦେଇ ହାତ ଉପରେ ହାତ ବାନ୍ଧି ବସି ଯାଇଥିଲା। ନାଁ ପୋଲିସ ଆସିଥିଲା ଆତ୍ମହତ୍ୟା କରିଥିବା ସ୍ଥାନକୁ ନାଁ ଖୋଜିଥିଲା ଆତ୍ମହତ୍ୟାର କାରଣ । ମୃତ ଛାତ୍ରୀଙ୍କ ପରିବାର ଲୋକେ ଗୋଟିଏ ଲିଖିତ ଅଭିଯୋଗ ଦେଇଥିଲେ ନିଶ୍ଚିନ୍ତ କୋଇଲି ପୋଲିସ, ଗ୍ରାମାଞ୍ଚଳ ଏସପି, ଆଇଜି କଟକ ଡିଜି ଓଡ଼ିଶାଙ୍କୁ ଜଣାଇଲା ପରେ ଆତ୍ମହତ୍ୟାର ୯ ଦିନ ପରେ ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳକୁ ତଦନ୍ତକଲା ଓ ପରିବାର, ସ୍ଥାନୀୟ ବାସିନ୍ଦାଙ୍କ ବୟାନ ରେକର୍ଡ କଲା। ଏହି ଆତ୍ମହତ୍ୟା ପାଇଁ ସ୍ଥାନୀୟ ସେକେ ହସନ୍ ନାମକ ଜଣେ ଯୁବକର ସିଧାସଳଖ ସଂପୃକ୍ତି ଥିବା କଥା ଉକ୍ତ ଲିଖିତ ଏତଲା ଦେବା ସହିତ ପୋଲିସକୁ ଆଗରୁ ଜଣାଇଥିଲେ। ହେଲେ ପରିବାର ପକ୍ଷରୁ ବାରଂବାର ଅଭିଯୁକ୍ତ ହସନ୍ ସହ ଅନ୍ୟ ୪ ଜଣଙ୍କ ସଂପୃକ୍ତି ଥିବା କଥା ପୋଲିସକୁ ଜଣାଇଥିଲେ। ହେଲେ ଆତ୍ମହତ୍ୟାର ୯ ଦିନ ପରେ ନିଶ୍ଚିନ୍ତକୋଇଲି ପୋଲିସ ଆସିଥିଲା ତଦନ୍ତ କରିବାକୁ ଘଟଣା ସ୍ଥଳକୁ। ଥାନା ଠାରୁ ମାତ୍ର ୮/୯ କିଲୋମିଟର ଘଟଣା ସ୍ଥଳ ହୋଇଥିବା ବେଳେ ପୋଲିସକୁ ସେଠାରେ ପହଞ୍ଚିବାକୁ ଲାଗିଲା ୯ ଦିନ। ତେବେ ପ୍ରଶ୍ନ ଉଠିଛି କାହା ଚାପରେ ଚାପି ହୋଇ ୯ ଦିନ ଚୁପ୍ ହୋଇ ବସିଗଲା ନିଶ୍ଚିନ୍ତକୋଇଲି ପୋଲିସ ? ବାଃ ବାଃ ରେ “ଆମ୍ ପୋଲିସ୍” ? କୌଣସି ସୂତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଗତ ୭ ତାରିଖ ବିଳମ୍ବିତ ରାତିରେ ସେକ୍ ହସନକୁ ଗିରଫ କରିଥିଲା। ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୧୫୦/୨୦୨୨ ରେ ମାମଲା ରୁଜୁ କରି ୩୦୬,୩୪ ଆଇପିସି ଧାରା ରେ ଆଜି ହସନକୁ କୋର୍ଟ ଚାଲାଣ କରା ଯାଇଛି । ହେଲେ ଏହି ଗିରଫରେ ସନ୍ତୁଷ୍ଟ ନାହାନ୍ତି ମୃତ ମନିଷାଙ୍କ ପରିବାର ଲୋକେ। ମନିଷାଙ୍କ ଆଜି ଥିଲା ଦଶ ସୁଦ୍ଧିକ୍ରୀୟା, ଆଉ ପ୍ରେମରେ ଧୋକା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ପ୍ରେମିକ ହସନ୍ ଆଜି ବନ୍ଧା ହୋଇ ଗଲା ଜେଲ୍। ତେବେ ଏଠି ପ୍ରଶ୍ନ ଉଠୁଛି କଣ ମନିଷାଙ୍କ ଆତ୍ମହତ୍ୟା ପାଇଁ ହସନ୍ ଏକୁଟିଆ ଦାୟି ? ନାଁ ଏହି ଆତ୍ମ ହତ୍ୟା ପଛରେ ଆଉ କାହାର ଅଦୃଶ୍ୟ ହାତ ଅଛି ? ଏଠି ପୋଲିସର ନିରପେକ୍ଷତା ଓ ସ୍ୱଚ୍ଛ ତଦନ୍ତ ର ଆବଶ୍ୟକତା ଜରୁରୀ ହୋଇ ପଡିଛି, କାରଣ ପରଦା ପଛରେ ରହି ଏଭଳି ମାୟାବୀ ଯୁବକ ମାନେ ପ୍ରେମ ର ମାୟା ଜାଲ ରେ କୋମଳମତୀ କିଶୋରୀ ମାନଙ୍କୁ ଫସାଇ ଶେଷ ରେ ମୃତ୍ୟୁ ମୁଖକୁ ଠେଲିଦେଇ ନିଜେ ଯେପରି ଖସି ନଯାଆନ୍ତୁ। ଆଉ ମଣିଷ ଜନମ ଅତି ଦୁର୍ଲଭ ଆତ୍ମହତ୍ୟା ସମାଧାନର ବିକଳ୍ପ ନୁହେଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More