ପ୍ରେମିକକୁ ପ୍ରେମିକା ଘରଲୋକ ଜୀବନରେ ମାରି ଜଙ୍ଗଲରେ ପୋତିଦେଲେ

14

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) : :-ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକକୁ ଜୀବନରେ ମାରି ଜଙ୍ଗଲରେ ପୋତି ଦେଇଥିଲେ ପ୍ରେମିକା ଘର ଲୋକ । ୧୧ ଦିନ ପରେ ପୋଲିସ ପ୍ରେମିକ କଙ୍କାଳ ଉଦ୍ଧାର କରିଥିବା ଘଟଣା କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡା ଅଞ୍ଚଳର ସୁକଦେଵ ରଣା ୨୮ ନିଜ ପ୍ରେମିକାକୁ ଦେଖା କରିବାକୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲାଣ୍ଡଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଗ୍ରାମକୁ ନିଜ ସାଙ୍ଗ କୁଶ ସେଠୀ ସାଥିରେ ବାଇକ ଯୋଗେ ଯାଇଥିଲା । ପୁଟୁକିପାଲି ତଳିପଡା ସ୍କୁଲ ଛାଡି ଦେଇ ଚାଲି ଯିବାକୁ ସାଙ୍ଗ କୁଶ ସେଠୀଙ୍କୁ କହିଥିଲା ପ୍ରେମିକ ସୁକଦେଵ। ସୁକଦେଵକୁ ତାଙ୍କ ଗ୍ରାମରେ ଦେଖି ଗ୍ରାମର କେତେକ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସୁକଦେଵର ଗ୍ରାମ ଲୋକଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବାରୁ ପ୍ରେମିକ ସୁକଦେଵ ରଣାର ମର ଶରୀରକୁ ପ୍ରେମିକାର ପରିବାର ଜଙ୍ଗଲରେ ପୋତିଦେଇଥିଲେ। ଏ ଘଟଣା ସମ୍ପର୍କରେ ସୁକଦେଵର ଭାଇ ସୁବାସ ସୁକଦେଵକୁ ହତ୍ୟା କରାଯାଇଥିବା ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଭିତ୍ତିକରି ତଦନ୍ତ ଚଳାଇ ପ୍ରେମିକାର ଗ୍ରାମ ପୁଟୁକିପାଲିକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚାର ଉଚର କରିଥିଲା। ପରିବାର ଲୋକେ ସୁକଦେଵକୁ ଖଣ୍ଡାରେ ହାଣି ମରିଯିବା ପରେ ପଲିଥିନରେ ଗୁଡ଼ାଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ। ପୋଲିସ ପରିବାର ଲୋକଙ୍କର ବୟାନକୁ ଶୁଣିବା ପରେ ସେହି ସ୍ଥାନ ପୁଟୁକିପାଲି ଗ୍ରାମର କେରମେଲି ଜୋର ଜଙ୍ଗଲରୁ ପୋଲିସ ମୃତ ପ୍ରେମିକ ସୁକଦେଵ ରଣାର ପଲିଥିନରେ ଗୁଡା ହୋଇଥିବା କଙ୍କାଳ ଜବତ କରିଥିଲେ। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରେମିକାର ପରିବାର ପୁଟୁକିପାଲି ଗ୍ରାମର ଲୀଳାବତୀ ମଲ୍ଲିକ,ଗିରିଶ ମଲ୍ଲିକ,କଂଗ୍ରେସ ମଲ୍ଲିକ, ତୁଳସୀ ଠେଲାକୁ ଗିରଫ କରି ପୋଲିସ ବାଲିଗୁଡା ଥାନାରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ସେହି ହତ୍ୟା ଘଟଣାରେ ଆଉ କେଉଁ ମାନେ ଜଡ଼ିତ ଅଛନ୍ତି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ବାବା ସଙ୍କର ସରାଫ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More