ନରସିଂହପୁର(ସଂଘର୍ଷ ମିଡିଆ ) : ନରସିଂହପୁର ମହାବିଦ୍ୟାଳୟ ବରିଷ୍ଠ ଇଂରାଜୀ ବିଭାଗ ପ୍ରାଧ୍ୟାପକ ଡ଼ ପ୍ରଫୁଲ କୁମାର ସାହୁ ଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ମେଘନାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ରୁ ବିଦାୟ ନେଉଥିବା ଶ୍ରୀ ସାହୁଙ୍କ ସମେତ ତାଙ୍କ ସହ ଧର୍ମିଣୀ ପ୍ରତିମା ସାହୁ,ବରିଷ୍ଠ ପ୍ରାଧ୍ୟାପକ ବିଜୟ କୁମାର ପରିଡ଼ା,ନରସିଂହପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବାରିକି, କାନପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାସ, ଦଶପଲ୍ଲା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଗୋପୀନାଥ ସାହୁ,ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧ୍ୟାପକ ଆର୍ତ୍ତତ୍ରାଣ ତ୍ରିପାଠୀ, ଅବସର ପ୍ରାପ୍ତ କର୍ମଚାରୀ ମାୟାଧର ଦାଶ, ସୁର ଦେବତା,ପ୍ରାକ୍ତନ ଅଧ୍ୟାପକ ରାସବିହାରୀ ମିଶ୍ର ଙ୍କ ସମେତ ମହାବିଦ୍ୟାଳୟ ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗଦେଇ ଶ୍ରୀ ସାହୁ ଏବଂ ତାଙ୍କ ସହ ଧର୍ମିଣୀ ଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀଯୁକ୍ତ ସାହୁ ଜଣେ ଉତ୍ତମ ଶିକ୍ଷକ, ଛାତ୍ର ବତ୍ସଳ,କର୍ତ୍ତବ୍ୟନିଷ୍ଠ,
ସମୟାନୁବର୍ତ୍ତିତା,ନିଷ୍ଠାବାନ,ଦାୟିତ୍ବ ସମ୍ପନ୍ନ, ବହୁ ଗୁଣର ଅଧିକାରୀ ଥିଲେ। 1986 ମସିହାରୁ ଦୀର୍ଘ 35 ବର୍ଷରୁ ଅଧିକ ବର୍ଷ ଏହି ବିଦ୍ୟାଳୟ ରେ ନିଜର ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନ କରିଥିଲେ। ତାଙ୍କ ଅଵସର ମହାବିଦ୍ୟାଳୟ ପାଇଁ ଅପୁରଣୀୟ କ୍ଷତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲା ବେଳେ ଏହି ବିଦାୟୀ ଉତ୍ସବ ବେଳେ ସମସ୍ତଙ୍କ ଆଖିରୁ ଲୁହ ଝରୁଥିବାର ଦେଖା ଯାଉଥିଲା । ମହାବିଦ୍ୟାଳୟ ଶିକ୍ଷକ କର୍ମଚାରୀ ସଂଘର ସଭାପତି ରିତା ପଟ୍ଟନାୟକ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ସମ୍ପାଦକ ଅଧ୍ୟାପକ ଶିଵ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରୀ ଜ୍ୟୋତି ପ୍ରିୟଦର୍ଶିନୀ, ମୋନାଲିସା କର, ଶୁଭସ୍ମିତା ଜେନା ଅତିଥି ମାନଙ୍କୁ ସାନିଟାଇଜର, ଚାଉଳ,ଫୁଲ,ଚନ୍ଦନ ଦେଇ ଓଡ଼ିଆ ପରମ୍ପରା ରେ ସ୍ୱାଗତ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Get real time updates directly on you device, subscribe now.
Prev Post
Next Post