ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପାଇଁ ନିଖିଳ ଉତ୍କଳ ଭଦ୍ରକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ
ଭଦ୍ରକ(ସଂଘର୍ଷ ମିଡିଆ ) : ଶିକ୍ଷକ ଶିକ୍ଷୟତ୍ରୀଙ୍କ ପଦୋନ୍ନତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ l ଦୀର୍ଘ ବର୍ଷର ବ୍ୟବଧାନ ପରେ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ଦାବିକୁ ରାଜ୍ୟ ସରକାର ବିଚାର କରି ଶିକ୍ଷାର ଗୁଣାତ୍ମକ ମାନକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ରେସିଡେନ୍ସି ପିରିୟଡକୁ ୨ ବର୍ଷରୁ ୧ ବର୍ଷ ଏବଂ ୧ ବର୍ଷରୁ ୬ ମାସ ଘୋଷଣା କରିଥିବାରୁ ପ୍ରାଥମିକ ଶିକ୍ଷକମାନଙ୍କର ଅନେକ ଦିନର ସ୍ୱପ୍ନ ସାକାର ହୋଇଛି ବୋଲି ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ହରିପୁର ରୋଡର ଭଦ୍ରକ ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି । ଭଦ୍ରକ ଜିଲ୍ଲାରେ ୩ ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହି ପଦୋନ୍ନତି ମିଳିଛି ବୋଲି କହିଛନ୍ତି । ଫେଡେରେସନର ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଜିଲ୍ଲା ସଭାପତି ଭାଷ୍କର ଚନ୍ଦ୍ର ପାଢୀ, ଜିଲ୍ଲା ସମ୍ପାଦକ ମନୋରଂଜନ ନାୟକ, ଉପଦେଷ୍ଟା ବାବୁଲା ରାଉତ, ଭଦ୍ରକ ବ୍ଲକ ସଭାପତି ଭାଷ୍କର ନାୟକ ପ୍ରମୁଖ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ ମାନ୍ୟବର ମୁଖ୍ରମନ୍ତ୍ରୀ, ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ମାନନୀୟ ସମୀର ଦାଶ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମହୋଦୟ ସମେତ ଫେଡେରେସନର ରାଜ୍ୟ ସଭାପତି ଅମିୟ କୁମାର ଦାସ, ସଭାପତି ହୃଦାନନ୍ଦ ଦ୍ୱିବେଦୀ, ଉପସଭାନେତ୍ରୀ ସଂଗୀତା ଦାଶ ପ୍ରମୁଖଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।