ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର)ସଂଘର ଶୋଭାଯାତ୍ରା, ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଠ ଦଫା ଦାବିପତ୍ର ପ୍ରଦାନ

19

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରାଥମିକ ଶିକ୍ଷକ( ଏକ୍ସ କ୍ୟାଡ଼ର) ସଂଘ ର ସଦସ୍ୟ ସଦସ୍ୟା ଶହୀଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତି ନିକଟରୁ ଶୋଭାଯାତ୍ରା ରେ ବାହାରି ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୌମିକଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଠ ଦଫା ବିଶିଷ୍ଟ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଗଣ ଶିକ୍ଷକ ମାନଙ୍କୁ ୧ ମାର୍ଚ୍ଚ ୨୦୧୭ରୁ ଲେଭେଲ ଭି ସହକାରୀ ଶିକ୍ଷକଭାବେ ନିୟମିତ କରିବା ସତ୍ତ୍ୱେ ପ୍ରାୟ ୩ହଜାର ଗଣ ଶିକ୍ଷକ ସମସ୍ତ ଯୋଗ୍ୟତା ଥାଇମଧ୍ୟ ନିୟମିତ ହୋଇ ନାହାନ୍ତି ,ସରକାରଙ୍କ ପ୍ରଣୀତ ନିଯୁକ୍ତିବର୍ଷ ୨୦୦୮ ହୋଇଥିବା ବେଳେ ଓଡ଼ିଶାରେ ୨୦୧୨ରେ ଓ ଟିଇଟି ଗଣ ଶିକ୍ଷକ ଙ୍କ ପାଇଁ ପ୍ରଯୁଜ୍ୟ ନାହିଁ ।ଏଣୁ ୧ ମାର୍ଚ୍ଚ ରୁନିୟମିତ କରାଯାଇ ଅବଶିଷ୍ଟ ଗଣ ଶିକ୍ଷକ ଙ୍କ ଦରମା ବୃଦ୍ଧି କରିବା ପାଇଁ ପ୍ରଥମ ଦାବୀ। ଏନ ସି ଟି ଇ ର ୨୩ ଅଗଷ୍ଟ ୨୦୧୦ ଗାଇଡ଼ ଲାଇନ ପ୍ରକାରେ ଶିକ୍ଷକ ନିଯୁକ୍ତି ପାଇଁ ଓ ଟିଇଟି ପାସ ଜରୁରୀ କିନ୍ତୁ ନିଯୁକ୍ତ ଶିକ୍ଷକ ଙ୍କ ଦରମା ଅଭିବୃଦ୍ଧି ପାଇଁ ଓଟି ଇ ଟି ପାସ ର ପ୍ରତିବନ୍ଧକ ନାହିଁ କିନ୍ତୁ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ଙ୍କ ଦରମା ଅଭିବୃଦ୍ଧି ୧ ମାର୍ଚ୍ଚ ୨୦୨୦ରୁ ବନ୍ଦ କରିବା ଅନ୍ୟାୟ ଏହାର ପୁନଃବିଚାର ଦ୍ଵିତୀୟ ଦାବୀ। ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ସମଗ୍ର ଶିକ୍ଷା ଅଭିଯାନରେ ଡେପୁଟେସଁନ କୁ ବାତିଲ କରି ଏକ୍ସ କ୍ୟାଡ଼ର ବ୍ୟବସ୍ଥା ଉଚ୍ଛେଦ କରି ୨ ମାର୍ଚ୍ଚ ୨୦୧୭ରୁ କ୍ୟାଡ଼ରଭୁକ୍ତ କରିବା ତୃତୀୟ ଦାବୀ। କେନ୍ଦ୍ର ପ୍ରାୟୋଜିତ ଯୋଜନା ରେ କାର୍ଯ୍ୟରତ ଦରମା ଟ୍ରେଜେରୀ ମାଧ୍ୟମରେ କରାଯାଉଥିବାବେଳେ, ଏକ୍ସ କ୍ୟାଡ଼ର ଶିକ୍ଷକ ସମଗ୍ର ଶିକ୍ଷା ଅଭିଯାନ ରେ ଡେପୁଟେସଁ ନ ରେ ଥିବାରୁ ଦରମା ଟ୍ରେଜେରୀ ମାଧ୍ୟମରେ ଦେବାକୁ ଚତୁର୍ଥ ଦାବୀ। ଅଵସର ପ୍ରାପ୍ତ ଓ ମୃତ ଗଣ ଶିକ୍ଷକଙ୍କୁ ଗ୍ରାଟୁଇଟି ଓ ଡେଥ ଗ୍ରାଚୁଇଟି ପ୍ରଦାନ କରାଯାଉ। ଯେହେତୁ ଲେଭେଲ ୫ ଶିକ୍ଷକ ଓ ଲେଭେଲ ୫ ଏକ୍ସ କ୍ୟାଡ଼ର ଇକ୍ୟୁଭେଲେଣ୍ଟ ବୋଲି ଉଲ୍ଲେଖ କରାଯାଇଛି ସେମାନଙ୍କୁ ସି ଆର ସି ସି ପାଇଁ ଭି ଜୟନ ଟେଷ୍ଟ ପାଇଁ ସୁଯୋଗ ଦିଆଯାଉ। ଓ ଆର ଏସ ପି ୨୦୧୭ ଅନୁସାରେ ଦରମାର ଅବଶିଷ୍ଟ ଏରୀୟର ପ୍ରଦାନ କରାଯିବା ସହଁ ୧ ମାର୍ଚ୍ଚ ରୁ ୩୧ ଅଗଷ୍ଟ ୨୦୧୭ ଛ ମାସର ଏରୀୟର ଏକ୍ସ କ୍ୟାଡ଼ର ଶିକ୍ଷକ ଙ୍କୁ ପ୍ରଦାନ କରାଯାଉ। ଏକ୍ସ କ୍ୟାଡ଼ର ଶିକ୍ଷକ ଙ୍କୁ ଫେଷ୍ଟିଭାଲ ଆଡ଼ ଭାନ୍ସ ,ଆର ସି ଏମ , ଆଦି ପ୍ରଦାନ ପାଇଁ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ୟ୍ଯାଳୟ କୁ ନିର୍ଦେଶନାମା ଦିଆଯାଉ। ଆଜି ଦାବୀପତ୍ର ପ୍ରଦାନ ବେଳେ ସଭାପତି ପଙ୍କଜ କୁମାର କର୍କରା ସମ୍ପାଦକ ଜହନେଶ ପାତ୍ର ବାଘ , କାର୍ଯ୍ୟକାରୀ ସଭାପତି ଭାସ ନାୟକ, ନରସିଂହ ଚରଣ ମହାନ୍ତି, ବବୁଲୁ ସାହୁ, ରତିୟ ହରିଜନ, ଅଶକ ଚନ୍ଦ୍ର ପାତ୍ର, ମହେନ୍ଦ୍ର ସାମନ୍ତରାୟ,ସ ଦିବାକର ନାୟକ ସମେତ ୯୦ରୁ ଉର୍ଦ୍ଧ୍ଵ ଏକ୍ସ କ୍ୟାଡ଼ର ଶିକ୍ଷକ ଶି୍ଷୟତ୍ରୀମାନେ ସାମିଲ ହୋଇଥିଲେ ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More