ବୌଦ୍ଧ (ସଂଘର୍ଷ ମିଡିଆ ) : ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକ, ଭି ଏସ ଏ ଏସ ତ୍ରିଲୋଚନ ମେହେର ଓ ଭି ଟି ମୀନକେତନ ବାରିକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତରେ ଦିଆଯାଇଥିଲା l ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଉପ -ନିର୍ଦ୍ଧେଶକ ଡା.ହୃଷିକେଶ ବେହେରାଙ୍କ ସଭାପତିତ୍ୱ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିରୋଦ ଚନ୍ଦ୍ର କହଁର ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ଡା. ପ୍ରଫୁଲ୍ଲ କୁମାର ନାଏକ ଦୀର୍ଘ 34ବର୍ଷ ଚାକିରୀ କାଳ ମଧ୍ୟରେ ଓଡିଶାର ବିଭିନ୍ନ ଜିଲାରେ ସଫଳତା ସହିତ ଦାଇତ୍ୱ ତୁଲାଇ ଆଜି ଅବସର ଗ୍ରହଣ କରିଥିବାର ଜୀବନି ବ୍ୟାଖ୍ୟା କରିଥବାବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରଶଂସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଏଡିଭିଓ ଦିସି ଡା.ପ୍ରଭାସ କୁମାର ବେହେରା ମଞ୍ଚାସିନ ଥିବାବେଳେ ଜିଲ୍ଲାର ସମସ୍ତ କର୍ମଚାରୀ ଯୋଗଦାନ ଦେଇ ତିନି ଜଣଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା କରିଥିଲେ l ସମସ୍ତଙ୍କ ତରଫରୁ ପୁଷ୍ପଗୁଛ, ଉପଢୌକନ ଓ ନିତ୍ୟ ବ୍ୟବହାର୍ଯ୍ୟ ପ୍ରସାଧାନ ଉପହାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମର ସମ୍ପାଦକ କୃତ୍ତିବାସ ପଲିଆ ଓ ସୁନ୍ଦରଗଡ଼ ଯୋଗୀମାଲ ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ର ନିର୍ଦ୍ଧେଶିକା ତଥା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ ଯୋଗ ଦେଇଥିଲେ l ଏହି ଅବସରରେ ଏଡିଭିଓ ଡା. କହଁର ବିଦାୟୀ ଏସ ଡିଭିଓ ଡା. ନାଏକଙ୍କ ଉପରେ ଆଧାରିତ ଏକ ସ୍ୱରଚିତ କବିତା ପାଠକରି ଭାବ ବିହ୍ଵଳ ବାତାବରଣ ସୃଷ୍ଟି କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l