ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ ଜଂକୋଟିର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

13

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ବ୍ଳକ ଜଂକୋଟି ପଞ୍ଚାୟତର ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ ଜଂକୋଟି ରୂପାନ୍ତରିକରଣ ରେ ସାମିଲ ହୋଇଥିବାରୁ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠର ଉନ୍ନତି କରଣ ଓ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଭାବେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଭିତ୍ତିପ୍ରସ୍ତର ସ୍ଥାପନ କରି ବିଧାୟକ କହିଥିଲେ ଅର୍ଥ ର ଅଭାବ ରହିବ ନାହିଁ।ପ୍ରାଣ କୃଷ୍ଣ ସ୍ମୃତି ବିଦ୍ୟାପୀଠ ଏକ ମଡେଲ ସ୍କୁଲରେ ପରିଣତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଉଦ୍ଘାଟନୀ ଉଶ୍ଚବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ବ୍ଳକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତିରଞ୍ଜନ ବେହେରା , ବିଡ଼ିଓ ସାଗର ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ତଥା ପୂର୍ବତନ ଜିଲାପରିସଦ ସଭ୍ୟ ଜଗନ୍ନାଥ ମୁଦୁଲି, ସଭାପତି ପ୍ରସନ୍ନ କୁମାର ସ୍ବାଇଁ, ସମିତି ସଭ୍ୟ ସନ୍ତୋଷ କୁମାର ପରିଜା, ଯୋନ ଦୁଇ ର ଜିଲାପରିସଦ ସଭ୍ୟା କନକ ସ୍ବାଇଁ,ଆତ୍ମା ଅଧ୍ୟକ୍ଷ ବାବୁଲି ସାହୂ ଯୋଗଦେଇ ବିଦ୍ୟାପୀଠ ର ଉନ୍ନତି କରଣ ନିମନ୍ତେ ବିସ୍ତ୍ରୁତ ଆଲୋଚନା କରିଥିଲେ।ବିଧାୟକ ଶ୍ରୀଯୁକ୍ତ ମୁଦୁଲି ଶ୍ରେଣୀ ଗୃହ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ବିଡ଼ିଓ ସାଗର ନନ୍ଦଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି କାଳନ୍ଦୀ ପତି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଂଜନ ରାଉଳ, ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ପଟସରା ସରପଞ୍ଚ ପ୍ରମୁଖ ରାଉତ, ଜଂକୋଟି ପୂର୍ବତନ ସରପଞ୍ଚ ମାନସ ସେଠୀ,ବ୍ଳକ ଯୁବ ବିଜେଡ଼ି ସଭାପତି ସମ୍ବିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ପରେ ବିଜେଡ଼ିର ପଚିଶ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥି ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜଂକୋଟି ପଂଚାୟତର ବହୁ ଜନସଧାରଣର ଯୋଗ ଦେଇଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More