ଜଗତସିଂହପୁର (ସଂଘର୍ଷ ମିଡିଆ ) : ଜଗତସିଂହପୁର ସହରର ବଡ଼ବାଗ ମାର୍କଣ୍ଡପୁର ଠାରେ ପ୍ରାଚୀ ମୋଟର୍ସ ପକ୍ଷରୁ ନୂତନ ହିରୋ ଇଲେକ୍ଟ୍ରି ସ୍କୁଟି ସୋରୁମ ଉଦଘାଟିତ ହୋଇଯାଇଛି।ପ୍ରାଚୀ ମୋଟର୍ସର ପରିଚାଳକ ପ୍ରମୋଦ କୁମାର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ହିରୋ ଇଲେକ୍ଟ୍ରି ସ୍କୁଟିର ସିନିୟର ଏକଜୁକୁଟିଭ ସେଲ ଓଡିଶାର ରଞ୍ଜିତ କୁମାର ଦାସ, ସମ୍ମାନିତ ଅତିଥିଭାବେ ସାଂସଦଙ୍କ ପ୍ରତିନିଧି କାଳନ୍ଦୀ ପତି, ଖୋର୍ଦ୍ଧା ହିରୋ ସ୍କୁଟିର ଡିଲର ବିରେନ ପଟ୍ଟନାୟକ, ଢେଙ୍କାନାଳ ଡିଲର ନିହାର ରଂଜନ ଦାସ, ପୁରୀର ମାନସ କୁମାର ନାୟକ,ବିଜୁ ଯୁବ ଜନତାଦଳର ରାଜ୍ୟ ସମ୍ପାଦକ ଆଲୋକ ବେହେରା, ଅଭୟ କୁମାର ସ୍ବାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ କହିଥିଲେ ଇଲେକ୍ଟ୍ରି ସ୍କୁଟିର ଚାହିଦାକୁ ଲକ୍ଷ ରଖି ହିରୋ ଇଲେକ୍ଟ୍ରି ସ୍କୁଟି ବଜାରରେ ପ୍ରବେଶ କରିଛି।ଏହାକୁ ବ୍ୟବହାର କଲେ ପରିବେଶ ପ୍ରଦୂଷଣ ମୁକ୍ତ ରହିବା ସହ ତେଲ ଅପଚୟ ମଧ୍ୟ ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରିୟବ୍ରତ ସାହୂ, ଶରତ କୁମାର ଦାସ, ରଂଜନକୁମାର ରାଉତ ପ୍ରମୂଖ ଯୋଗଦେଇଥିଲେ।ଆଜି ଉଦ୍ଘାଟନ ଦିବସରେ ଗ୍ରାହକ ମାନଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।