ପ୍ରାଚୀ ମହୋତ୍ସବ-୨୦୨୩ ଅନୁଷ୍ଠିତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରାଙ୍ଗପ୍ରଧାନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆମ୍ରପଲ୍ଲୀ ରିସର୍ଟସ ପରିସରରେ ପ୍ରାଚୀପ୍ରଜ୍ଞା ପରିଷଦର ବାର୍ଷିକ ପ୍ରାଚୀମହୋତ୍ସବ 2023 ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଦିବସ ଠାରୁ ଛଅ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରାଚୀ ନଦୀ 2500ବର୍ଷ ପୁରାତନ ନଦୀ। ନଦୀ କୂଳରେ ଅବସ୍ଥିତ ମଠ ମନ୍ଦିର ଓ ପ୍ରାଚୀ ନଦୀର ସୁରକ୍ଷା ତଥା ପୁନରୁଦ୍ଧାର ପାଇଁ ପ୍ରାଚୀପ୍ରଜ୍ଞା ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ବୋଲି ପ୍ରାଚୀ ପ୍ରଜ୍ଞା ପରିଷଦ ସଭାପତି ହଂସନାଥ ସାହୁ ଓ ଅଧ୍ୟକ୍ଷ ଅଶ୍ୱିନୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ପ୍ରାଚୀ ମହୋତ୍ସବରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଧୁ,ସନ୍ଥ,ସମାଜସେବୀ,ସାରସ୍ୱତ ସାଧକ ତଥା ଗବେଷକମାନଙ୍କ ଯୋଗଦାନ ମହୋତ୍ସବ ର ଶୋଭା ବଢାଇଥିଲା।ବିଦ୍ୟାଳୟ ସ୍ତରରେ ପ୍ରତିଭା ଅନ୍ୱେଷଣ,ପାରମ୍ପରିକ ଖାଦ୍ୟ,ଲୋକକଳା ନୃତ୍ୟ ପ୍ରତିଯୋଗିତାରେ କୃତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାଚୀ ପ୍ରଜ୍ଞା ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More