ଗଜପତି(ସଂଘର୍ଷ ମିଡିଆ) : – ପ୍ରସିଦ୍ଧ ନିଲାମା ଠାକୁରାଣୀ ମନ୍ଦିର ପରିସରରେ ନବରାତ୍ରି ପୂଜା ଚାଲିଛି ଏହି ଅବସରରେ ଦାଣ୍ଡିଆ ନୃତ୍ୟ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ଦେବୀ ପୀଠ ନିଲାମା ମନ୍ଦିର ପରିସରରେ ନବରାତ୍ରି ଅବସରରେ ପ୍ରତି ସନ୍ଧ୍ୟାରେ ଦାଣ୍ଡିଆ ନୃତ୍ୟ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି।ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ମନ୍ଦିର ପାରଳା ସହରର ଏକ ପୁରାତନ ଦେଵୀ ପୀଠ ଅଟେ। ଏହିଠାରେ ପ୍ରତି ବର୍ଷ ଦେବୀଙ୍କ ନବରାତ୍ରି ପୂଜା ଅନୁଷ୍ଟିତ ହେଉଅଛି। ପୂଜା ପାଳନ ଅବସରରେ ଏହି ମନ୍ଦିର ପରିସରକୁ ଆକର୍ଷକ ଭାବେ ଲିଚୁ ମାଳରେ ସଜା ହୋଇଛି ସନ୍ଧ୍ୟା ସମୟରେ ରଙ୍ଗୀନ ଆଲୋକ ମାଳାରେ ମନ୍ଦିର ପରିସର ବେଶ ଆକର୍ଷଣୀୟ ଦେଖାଯାଉଛି। ନବରାତ୍ରି ବ୍ରତ ପାଳନ ଅବସରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ପ୍ରତିଦିନ ଦେଖିବାକୁ ମିଳୁଛି। ପ୍ରତି ସନ୍ଧ୍ୟାରେ ଏଠାରେ ସଙ୍ଗୀତ ସ୍ୱରର ତାଳେ ତାଳେ ଦାଣ୍ଡିଆ ନୃତ୍ୟ ପରିବେଷଣ ହେଉଛି। ଯାହାକି ବେସ ଆକର୍ଷକ ଅଟେ। ପାରଳା ମହାରାଜାଙ୍କ ଅମଳର ଏହି ପୁରାତନ ଦେବୀ ପିଠକୁ ସୀମାନ୍ତ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳେ।ସହରର ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୃତୟନ କରାଯାଇଛି।