ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ନେଇ ଏକ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଡିଓ ଶରତ ମାଝିଙ୍କ ତତ୍ଵାବଧାନରେ ମଙ୍ଗଳବାର ଆରମ୍ଭ ହୋଇଯାଇଛି | ଏଥିରେ ପଞ୍ଚାୟତ ପରିଚାଳନା, ବିଷୟ ବସ୍ତୁ ସମ୍ବନ୍ଧୀୟ ଗ୍ରାମପଞ୍ଚାୟତ ବିକାଶ ଯୋଜନା ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ତାଲିମ ଦିଆଯାଇଥିଲା | ପ୍ରଥମ ଦିନରେ ୪ ଟି ପଞ୍ଚାୟତର ମୋଟ ୪୪ ଜଣ ୱାର୍ଡ ସଭ୍ୟସଭ୍ୟା ମାନେ ତାଲିମ ନେଇଥିଲେ | ଏଥିରେ ପ୍ରଶିକ୍ଷକ ଭାବେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ ପ୍ରମୁଖ ତାଲିମ ଦେଇଥିଲେ |ଆସନ୍ତାକାଲି ଆଉ ଆଠଟି ପଞ୍ଚାୟତର ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ ହେବ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।