ପ୍ରଶାସନ ଅଣଦେଖା କଲେ ଆମେ ଆତ୍ମାହୁତି ଦେବୁ, ଗ୍ରାମବାସୀଙ୍କ ଚେତାବନୀ

29

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : -କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଥିବା ମଣ୍ଡାକିଆ ପଞ୍ଚାୟତର ବାକିଙ୍ଗିଆ ଗ୍ରାମ କଲୋନୀ ସାହି ଠାରେ ପ୍ରଶାସନ ତରଫ ରୁ ଚାଷୀଙ୍କୁ ମିଳୁନି ସଠିକ ଉତ୍ତର |ବର୍ଷ ବର୍ଷ ଧରି ଗ୍ରାମବାସୀ ଙ୍କ ତରଫ ରୁ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଲେଖି ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ନ ମିଳିବା ପରିତାପ ର ବିଷୟ |ଚାଷୀଙ୍କ କହିବା ଅନୁଯାଇ ଜମି କୁ ଠିକ୍ ଭାବେ ପାଣି ନ ମିଳିବା କାରଣ ସକାଶେ ବିଭିନ୍ନ ପ୍ରକାର ର ପରିବା ଚାଷ କଲା ପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି |ଏଥିପାଇଁ ଜଳ ର ଆବଶ୍ୟକତା ଥିବା କାରଣ ରୁ ଜଳ ର ସମ୍ପ୍ରସାରଣ ନିମନ୍ତେ ଏକ କେନାଲ ଆବଶ୍ୟକ ହେଉଥିବା ସକାଶେ କେନାଲ ପାଇଁ ସ୍ଥାନୀୟ ସରପଞ୍ଚ ସୁଷମା ପ୍ରଧାନ ଙ୍କ ଠାରୁ ଆରମ୍ଭ କରି ରାଇକିଆ B.D.O ଶ୍ରୀ ପ୍ରବୀଣ କୁମାର ବଣୁଆ ଓ ଜିଲ୍ଲାପାଳ ଙ୍କୁ ବାରମ୍ବାର ଲିଖିତ ଆକାରରେ ଜଣେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାଇ ସମାଧାନ ର ରାସ୍ତା ବାହାରି ପାରିଲା ନାହିଁ। ଏଠି ଦୁଃଖର ବିଷୟ ଏହା କି B.D.O ପ୍ରବୀଣ କୁମାର ବଣୁଆ ଚାଷୀ ଙ୍କ ର ଅଭିଯୋଗ କୁ ପବନ ଭଳି ଉଡେଇ ଦେଇଥିବାରୁ ଚାଷୀ ଭାଇମାନେ ଆଜି ହଇରାଣରେ ପଡିଥିବା ଦେଖିବାକୁ ମିଳୁଛି |ସୂଚନା ଥାଉକି ଏବିଷୟରେ ଅନେକ ଗଣମାଧ୍ୟମ ଖବର କାଗଜରେ ଏବଂ ୱେବ ଚାନେଲ ମାଧ୍ୟମରେ ପ୍ରକାଶ ହୋଇଥିଲା |କିନ୍ତୁ ପ୍ରଶାସନ ଏହା ପ୍ରତି ନଜର ଦେଉନଥିବା ଚାଷୀଙ୍କ ପକ୍ଷରୁ ଶୁଣିବାକୁ ମିଳିଛି |ସେଥିପାଇଁ ଚାଷୀ ଭାଇ ଏବଂ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଆମ ସଂଘର୍ଷ ନିୟୁଜ ପକ୍ଷରୁ ସରକାରଙ୍କୁ ବିନୀତ ଅନୁରୋଧ କରିଛନ୍ତି ଯେ ତୁରନ୍ତ ଏକ କେନାଲ ନିର୍ମାଣ କରିଦେଲେ ଅଞ୍ଚଳବାସି ଚିର ଉପକୃତ ହେବେ |ଯଦି ପ୍ରଶାସନ ଏଥି ପ୍ରତି ଅଣଦେଖା କରେ ତେବେ ଚାଷୀ ଭାଇ ମାନେ ଶେଷ ରେ ଆତ୍ମାହୁତି କରିବୁ ବୋଲି ନିଷ୍ପତି ଜଣେଇଛନ୍ତି |ଏଠି ପ୍ରଶ୍ନ ଉଠୁଚି ଯେ ରାଇକିଆ ବ୍ଲକ B.D.O ପ୍ରବୀଣ କୁମାର ବଣୁଆ ଏତେ ନିଷ୍ଠୁର କାହିଁକି ??? ଏହା ଅଞ୍ଚଳରେ ପ୍ରଶ୍ନବାଚକ ସୃଷ୍ଟି ହୋଇଛି |ଏହି ନିରୀହ ଚାଷୀଙ୍କ ପାଇଁ ତୁରନ୍ତ ପ୍ରଶାସନ ନଜର ପକେଇବା ନିହାତି ଆବଶ୍ୟକ |ଏନେଇ ଆମ ପ୍ରତିନିଧି ପ୍ରତିକ୍ରିୟା ନେବା ପାଇଁ ବ୍ଲକ ଅଫିସ ଯାଇଥିଲେ କିନ୍ତୁ ବ୍ଲକ ଅଫିସରେ B.D.O ଶ୍ରୀ ପ୍ରବୀଣ କୁମାର ବଣୁଆ ଉପସ୍ଥିତ ନଥିବାରୁ ଆମ ପ୍ରତିନିଧି ଫୋନ ମାଧ୍ୟମରେ ଯୋଗାଯୋଗ ହୋଇଥିଲେ ଆଶ୍ଚର୍ଯ୍ୟର ବିଷୟ ବିଡ଼ିଓ ପ୍ରତିକ୍ରିୟା ନ ଦେବା ବାହାନାରେ ଫୋନ ଲାଇନ କାଟି ଦେଇଥିଲେ|ଯଦି ଏଭଳି ବିଡ଼ିଓ ଗଣମାଧ୍ୟମକୁ ଏବଂ ଜନ ପ୍ରତିନିଧି ଙ୍କୁ ବେଖାତିର କରନ୍ତି ତେବେ ଆମେ ଗୁହାରି କରିବୁ କାହାକୁ |ରାଇକିଆ ରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ… |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More