କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କୃଷକ ବିକାଶ ସମବାୟ ସମିତି ଲିଃ॰ ସଭାପତି ଭାବରେ ବିଶିଷ୍ଠ ସମବାୟବିତ୍ ତଥା ଚାଷୀ ନେତା ପ୍ରମୋଦ ସାହୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ସାହୁ ଏକ ମାତ୍ର ପ୍ରାର୍ଥୀ ଭାବରେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରସ୍ତାବକ ଭାବେ ନିର୍ଦ୍ଧେଶକ ଅଭୟ ସାମଲ ଥିବାବେଳେ ଅନ୍ୟତମ ନିର୍ଦ୍ଧେଶକ ଦିଲ୍ଲୀପ ମହାନ୍ତି ସମର୍ଥକ ରହିଥିଲେ । ପରେ ନିର୍ବାଚନ ଅଧିକାରୀ ବିକାଶ ତରାଇ ଶ୍ରୀ ସାହୁଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ଅନ୍ୟ ସମସ୍ତ ନିର୍ଦ୍ଧେଶକ ମାନେ ଏହି ନିର୍ବାଚନ ସମୟରେ ଉପସ୍ଥିତ ଥିଲେ । ଶ୍ରୀ ସାହୁ ନିର୍ବାଚିତ ହୋଇଥିବାରୁ ଚାଷୀକୂଳ ଓ ସମବାୟ ପ୍ରେମୀଙ୍କ ମହଲରେ ଗଭୀର ଆନନ୍ଦ ପ୍ରକାଶ ପାଇଛି । ଏହି ବିଜୟ ପାଇଁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।