ପ୍ରମାଣ ଅଭାବରୁ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ୨୦୧୮ ମସିହାରେ ଏକ ହତ୍ୟା ମାମଲାର ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଘଟଣା ଅନୁଯାୟୀ, ତେନ୍ତୁଳଖୁଣ୍ଟି ଥାନା ଅନ୍ତର୍ଗତ କହ୍ନେଇମୁଣ୍ଡା ଗ୍ରାମର ଭଗବାନ ମୁଦୁଲିଙ୍କ ସ୍ତ୍ରୀ ୨୦୧୮ ମସିହା ଅକ୍ଟୋବର ୧୦ ତାରିଖ ରାତ୍ର ୭ଘଣ୍ଟା ସମୟରେ ନିଖୋଜ ହେଇଥିଲେ। ଏହାର ତିନି ଦିନ ପରେ ଉକ୍ତ ମହିଳାଙ୍କ ମର ଶରୀର ପଣସ ପଦର ନାଳ ନିକଟରେ ଠାବ ହୋଇଥିଲା। ପୋଲିସ ଏହି ମାମଲାରେ ମୃତକ ମହିଳାଙ୍କ ସ୍ଵାମୀ ଭଗବାନ ମୁଦୁଲିଙ୍କୁ ତେନ୍ତୁଳଖୁଣ୍ଟି ଥାନା କେସ ନମ୍ବର ୯୧/୨୦୧୮ରେ ପଞ୍ଜୀକୃତ କରି ଆଇ ପି ସି ଦଫା ୩୦୨ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଙ୍କ ନିକଟରେ ମାମଲା ବିଚାରଧୀନ ଥିବାବେଳେ ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ପ୍ରମାଣ ଅଭାବରୁ ଭଗବାନଙ୍କୁ ଜିଲ୍ଲା ଜର୍ଜ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି। ଏହି ମାମଲାରେ ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ହରି ନାରାୟଣ ବେହେରା, ଆଇନଜୀବୀ ସିମାଞ୍ଚଳ ପାଢ଼ି ଓ ଆଇନଜୀବୀ କିଶୋର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More