ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନର ଅମୃତ ଅବସର ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ଅନୁଷ୍ଠିତ

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ସଙ୍ଗତି ମଣ୍ଡଳ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ସମ୍ବଲପୁର, ବୌଦ୍ଧ ଓ ବରଗଡ଼ ଜିଲ୍ଲା ତରଫରୁ ତା 07 ରୁ 14ରିଖ ପର୍ଯ୍ୟନ୍ତ ସମ୍ବଲପୁର ରୁ ବାହାରି ବୌଦ୍ଧ ଜିଲ୍ଲା ଦେଇ ବରଗଡ଼ ଜିଲ୍ଲାରେ ଶେଷ ହେବାର କାର୍ଯ୍ୟକ୍ରମ ଅଛି l ଏହି ଅବସରେ 10 ଓ 11 ଦୁଇଦିନଧରି ବୌଦ୍ଧ ଜିଲ୍ଲାରେ ପରିକ୍ରମା କରିଥିଲେ l ବୌଦ୍ଧ ବ୍ରିଜ଼ଛକରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଟୁଟୁସିଙ୍ଗା ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା l ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇ ସ୍ୱାଗତ କରିଥିଲେ l ବୌଦ୍ଧ ଜିଲ୍ଲାର ଟୁଟୁସିଙ୍ଗା, କୁସଙ୍ଗ ରାମଗଡ଼ ସଂଗ୍ରାମପୁର, ଚଉଁରିଆପଦର, ମନମୁଣ୍ଡା, ପଦରପଡା ଯୋଗୀନ୍ଦ୍ରପୁର, ଖଟଖଟିଆ, କଣ୍ଟାମାଳ ଆଦି ବିଭିନ୍ନ ଶ୍ରୀଅରବିନ୍ଦ ସ୍କୁଲ ମାନଙ୍କରେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ l ବୌଦ୍ଧ ଜିଲ୍ଲାରେ ରାମ ପ୍ରଦାଡ କର୍ଣ୍ଣ ଓ ରାଜେଶ କୁମାର ଦାଶ ପରିଚାଳନା କରିଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More