ପ୍ରଭୁ ଲୋକନାଥଙ୍କ ପୀଠରେ ଭୋର୍ ୪ଟା ୩୦ରେ ଉଠିଲା ମହାଦୀପ

87

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପ୍ରଭୁ ଲୋକନାଥଙ୍କ ପୀଠରେ ଭୋର୍ ୪ଟା ୩୦ରେ ମହାଦୀପ ଉଠିଛି। ମହାଦୀପ ଦେଖିବା ପାଇଁ ଲୋକନାଥ ମନ୍ଦିର ପ୍ରାଙ୍ଗଣ ରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥଲା। ହର ହର ମହାଦେବ ଧ୍ଵନି କମ୍ପୁଥିଲା ପରିବେଶ। ଏଥି ସହିତ ମହାଶିବରାତ୍ରୀ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଚି।ପବିତ୍ର ମହାଶିବରାତ୍ରୀକୁ ନେଇ ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଲୋକନାଥଙ୍କ ମନ୍ଦିର ଉତ୍ସବ ମୁଖର ହୋଇଥଲା। ପବିତ୍ର ଜାଗର ଅବସରରେ ଲକ୍ଷାଧିକ ଭକ୍ତ ମାନେ ଲୋକନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ଦୀପ ଜାଲିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ଯ ହଜାର ହଜାର ଭକ୍ତ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସି ଜାଗର ଦୀପ ଜାଲିଥିଲେ। ପ୍ରଭୂ ଲୋକନାଥଙ୍କ କୃପା ହାସଲ ପାଇଁ, ନିଜର ମନ ସ୍କାମନା ପୂରଣ ପାଈଁ ହଜାର ହଜାର ଭକ୍ତ ଲୋକନାଥ ଙ୍କ ପୀଠ ରେ ଏକାଠି ହୋଇ ଦୀପ ଜଳୁଛନ୍ତି। ପ୍ରଭୂ ଲୋକନାଥ ସବୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ, ଦେଶବାସୀଙ୍କ ଉନ୍ନତି କରନ୍ତୁ ବୋଲି ଭକ୍ତ ପ୍ରାର୍ଥନା କରିଥିବା କହିଚନ୍ତି। ସେପଟେ ପ୍ରଭୁ ଲୋକନାଥ ଙ୍କ ସେବାୟତ କହିଚନ୍ତି ମହାଶିବରାତ୍ରୀ ପ୍ରଭୁ ଶିବଙ୍କୁ ପୂଜାର୍ଚ୍ଚନା ପାଇଁ ଏକ ସ୍ଵତନ୍ତ୍ର ଦିବସ। ଏଣୁ ଏହି ବିଶେଷ ଦିବସରେ ଯେଉଁ ଭକ୍ତ ନିଷ୍ଠାର ସହ ଦୀପ ଜାଳି ଜାଗର ବ୍ରତ ପାଳନ କରନ୍ତି ପ୍ରଭୂ ଲୋକନାଥ ଭକ୍ତଙ୍କ ଦୁଃଖ ଦୂର କରିଥାନ୍ତି। ଏଠାରେ ଶିବରାତ୍ରୀରେ ହରିହର ଭେଟ ନିତୀ ହୋଇଥାଏ। ଶ୍ରୀ ମନ୍ଦିରରୁ ପ୍ରଭୂ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ବିଷ୍ଣୁ ରୂପରେ ଅଣାଯାଇ ପ୍ରଭୂ ଶିବଙ୍କ ସହ ଭେଟ କରାଯାଇ ଏକ ସ୍ଵତନ୍ତ୍ର ନୀତି ହରିହର ଭେଟ ନୀତି ହୋଇଥାଏ। ଏହି ନୀତି ପରେ ଅନେକ ନୀତି ଥିବାରୁ ପ୍ରତିବର୍ଷ ଲୋକନାଥଙ୍କ ମହାଦୀପ ଉଠିଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More