ପ୍ରବାସ ଫେରନ୍ତାଙ୍କ ନଖରାମୀ;ଘର ବାହୁଡା ପାଇଁ ଡହଳ ବିକଳ, ଓଡ଼ିଶାରେ ପହଞ୍ଚିବା ପରେ କାଶିଆ କିଏ ନା କପିଳା କିଏ?

13

Get real time updates directly on you device, subscribe now.

ବ୍ରହ୍ମପୁର ( ସଂଘର୍ଷ ମିଡିଆ ) : ରାଜ୍ୟବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ । ସରକାରଙ୍କ ଏହି ସର୍ତ ଯିଏ ମାନିବ ତାକୁ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ନିର୍ଧାରିତ ଫର୍ମରେ ଓଡ଼ିଶା ଫେରନ୍ତା ଆଶାୟୀମାନେ ଏହାକୁ ସମ୍ମତି ଦେଇଛନ୍ତି । ହେଲେ ଓଡ଼ିଶାରେ ପହଞ୍ଚିବା ପରେ କାଶିଆ କିଏ ନା କପିଳା କିଏ? ସରକାରୀ ନିୟମକୁ ଫୁ କରି ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଫେରାର । ପୁଣି ଜଣେ ଅଧେ ନୁହନ୍ତି, ଗଞ୍ଜାମ ଜିଲା ବେଗୁନିଆପଡ଼ା ଆଦର୍ଶ ବିଦ୍ୟାଳୟ ଓ ଜନତା ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧରେ ରହିଥିବା ପ୍ରାୟ ଶତାଧିକ ଶ୍ରମିକ କୁଆଡ଼େ ପଳାଇଛନ୍ତି । ସେମାନେ କୁଆଡ଼େ ଯାଇଛନ୍ତି, କାହିଁକି ଯାଇଛନ୍ତି କାହା ପାଖରେ ଉତ୍ତର ନାହିଁ । ସୁରତରୁ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ୨ ଜଣ କରୋନା ସଂକ୍ରମିତ ଠାବ ହେବା ପରେ ଏହି ଶ୍ରମିକମାନେ ଫେରାର ହୋଇଯିବା ପୁଲିସ ଓ ପ୍ରଶାସନ ପାଇଁ ଶିରପୀଡ଼ାର କାରଣ ହୋଇଛି । କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଶ୍ରମିକ ପଳାଇଥିବା ଖବର ପାଇ ପୁଲିସ କିଛି ଶ୍ରମିକଙ୍କୁ କାବୁ କରିଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ପତ୍ତା ଏଯାଏ ମିଳିନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More