ପ୍ରବାସୀ ଭାରତୀୟ ଦିବସ ପାଳିତ

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଦେସିତ ତିନି ଦିନ ଧରି ଆୟୋଜିତ 18 ତମ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ ହୋଇ ଯାଇଛି।ମହା ବିଦ୍ୟାଳୟର ଅଧ୍ୟକ୍ଷ । ଡକ୍ଟର ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ବେଳେ ଅଧ୍ୟାପିକା ଡକ୍ଟର ଭାରତୀ ପାଣିଗ୍ରାହୀ ଭାରତୀୟ ସଭ୍ୟତାର ଗୌରବ ଇତିହାସ ଏହାର ସଂସ୍କୃତିପରମ୍ପରା ଉପରେ ଆଲୋକପାତ କରିଥିଲେ।ଏଥିରେ ଅଧ୍ୟକ୍ଷ। ତାଙ୍କ ବକ୍ତବ୍ୟରେ ପ୍ରାଚୁର୍ୟ୍ଯ ଭରା ପ୍ରାକୃତିକ ସମ୍ପଦ ଓ ବର୍ତ୍ତମାନର ବିକଶିତ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଓ ପ୍ରବାସୀ ଭାରତୀୟମାନଙ୍କ ଦେଶପ୍ରତି ଅତୁଳନୀୟ ଅବଦାନ ଭାରତୀୟ ମୁଖ୍ୟ ସ୍ରୋତରେ ସେମାନଙ୍କ ଅବଦାନ, ଭାରତକୁ ନେଇ ସେମାନଙ୍କ ଗର୍ବ ସ୍ୱାଭିମାନ ଓ ମାତୃଭୂମି ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବକୃତା ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରି ଧନ୍ୟବାଦ ଅର୍ପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଓ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More