ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମହାନ ଜନ ନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଗୋପାଳ ସାଗର ପୋଖରୀରେ ତିଳତର୍ପଣ ଓ ମୁନିସିପାଲଟି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲାପରିସଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲା ବିଜେଡି ଉପସଭାପତି ଦୀପ୍ତି ଦାସ, ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲାପରିସଦ , ବରିଷ୍ଠ ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ, ବ୍ଳକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ,ଯୁବ ବିଜେଡି ଉପସଭାପତି ଗୌର ପ୍ରସାଦ ମହାନ୍ତି,ସରୋଜ କୁମାର ବିଶ୍ୱାଳ, ସମାଜସେବୀ ସୁକାନ୍ତ କୁମାର ଲେଙ୍କା,ଛାତ୍ର ବିଜେଡି ଜିଲା ସଭାପତି ସମ୍ବିତ ଲେଙ୍କା, ବ୍ଳକ ବିଜେଡି ଯୁବ ସଭାପତି ସମ୍ବିତ କୁମାର ମହାନ୍ତି,ସୁଜିତ ଘୋଷ,ପାରିଷଦ ମନୋଜ ମହାନ୍ତି ପ୍ରମୂଖ,ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ସେ କେବେଳ ଓଡ଼ିଆ ଜାତିର ସ୍ୱାଭିମାନ ଓ ନବ ଓଡ଼ିଶାର ନିର୍ମାତା ଥିବା ସହ ସେ ଗଠନ ମୁଳକ କାର୍ଯ୍ୟରେ କରିବାରେ ତାଙ୍କର ଅବଦାନ ଅତୁଳନୀୟ।ଇଣ୍ଡୋନେସିଆ, ରୁଷ ଭଳି ରାଷ୍ଟ୍ର ଭଳି ରାଷ୍ଟ୍ରରେ ନିଜ ପଦ ଚିହ୍ନ ଛାଡି ଥିବା ଜଣେ ଗ୍ଲୋବାଲ ଆଇକନ ଭାବେ ସାରା ବିଶ୍ୱରେ ପରିଚିତ ବୋଲି ମତବ୍ୟକ୍ତ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More