ପ୍ରବାଦପୁରୁଷ ବିଜୁ ବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ

12

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ ) : – ଏରସମା ବ୍ଲକ ସ୍ଥିତ ବିଯୁଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ପଚିଶ ତମ ଶ୍ରାଦ୍ଧବାର୍ଷିକ ଏରସମା ପଞ୍ଚାୟତ ତରଫରୁ ପାଳିତ ହୋଇଯାଇଛି l ସର୍ବ ପ୍ରଥମେ ଏରସମା ତହସିଲ ସମ୍ମୁଖରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ ସଂଗ୍ରାମୀ ଭବନ ଗାନ୍ଧୀ ପୀଠ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏରସମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କ ଶ୍ୱାସ୍ଥ୍ୟବସ୍ତା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ ଏବଂ ସର୍ବ ଶେଷରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ହାତରେ ଝାଡ଼ୁ ଧରି ସଫେଇ କାର୍ଯ୍ୟକ୍ରମ କରିଥିଲେ l ଏହି ଆନୁକୂଲ୍ୟରେ ଏରସମାର ନବନିର୍ବାଚିତ ସରପଞ୍ଚ ସଚିତାନନ୍ଦ ଦାସ ଏରସମା ଗ୍ରାମପଞ୍ଚାୟତର ସଭାପତି ଧୀରେନ୍ଦ୍ର ରାଉତ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଜୋତିରଞ୍ଜନ କୁଅଁର , ଦେବେନ୍ଦ୍ର ଜେନା, କାଳନ୍ଦୀ ଚରଣ ମୁଦୁଲି, ସର୍ବେଶ୍ୱର ବେହେରା, ବିପିନ ସ୍ୱାଇଁ, ଉମେଶ ରାଉତ, ସନାତନ ବିଶ୍ୱାଳ, ଦିଲ୍ଲୀପ ସାହୁ, ସୁବ୍ରତ ଦାସ ଏବଂ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିଥିଲେ ଏରସମାରୁ ବଳରାମ ଜେନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More