ମାହାଙ୍ଗା (ସଂଘର୍ଷ ନ୍ୟୁଜ୍): ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଧୁପୁର ପଞାୟତର ଦୋବନ୍ଧିଆ ଗ୍ରାମ ରେ ଭାଙ୍ଗିଲା 3 ଟି ଘର। ବର୍ଷା ପ୍ରବଳ ହେବା ଯୋଗୁଁ ସମ୍ପୂର୍ଣ୍ଣ ପରିବାର ଏବେ ପୂରା ଜଳବନ୍ଦୀ ଅବସ୍ଥାରେ। ତେବେ ପ୍ରଶାସନ ପକ୍ଷରୁ ଏ ଯାଏଁ କେହି ସେଠାରେ ପହଞ୍ଚି ନାହାନ୍ତି। ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଘର ଲୋକେ ଦାବି କରିଛନ୍ତି।