ପ୍ରବଳ ବର୍ଷାରେ ଡାବୁଗାଁ ସହର ବେହାଲ

27

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : –ନବରଙ୍ଗପୁର, ୧୩/୯ -ବୁଧବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଡାବୁଗାଁ ବେହାଲ | ଆଜି ସକାଳ ୮.୩୦ ଘ. ଠାରୁ ୧୦.୩୦ ଘ. ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାରୁ ବ୍ଲକ କଲୋନୀ ପରିସରରେ ଥିବା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ|ଳୟ ପରିସରରେ ୩ ଫୁଟ ବର୍ଷ ଜଳ ଜମି ରହିଥିବା ବେଳେ କାର୍ଯ୍ୟ|ଳୟ ମଧ୍ୟରେ ପ୍ରାୟ ୧ ଫୁଟ ର ପାଣି ରହିଥିବା ଦେଖିବାକୁ ମିଳିଛି | କର୍ମଚାରୀ ମାନେ ଆଣ୍ଠୁଏ ପାଣିରେ ପଶି କାର୍ଯ୍ୟ|ଳୟକୁ ଯାଉଥିବା ଦେଖା ଦେଇଛି | ଏହାସହ ବ୍ଲକ କଲୋନୀ ବିଦ୍ୟାଳୟ ପରିସରରେ ମଧ୍ୟ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି | ପିଲାମାନେ ପାଣିରେ ପଶି ଶ୍ରେଣୀଗୃହକୁ ଯାଇଥିଲେ | ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନ ଭର୍ତ୍ତି ହୋଇ ଡ୍ରେନ ପାଣି ରାସ୍ତାରେ ୧ ଫୁଟର ପାଣି ଚାଲିଥିଲା | ଅଧା ଘଣ୍ଟା ବର୍ଷା ଛାଡିବା ପରେ ପୁଣି ବର୍ଷା ହେଉଥିବାରୁ ଯାତାୟତ ରେ ବାଧାପ୍ରାପ୍ତ, ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ ବଜାରରେ ଜନଶୂନ୍ୟ ଦେଖାଦେଇଛି |ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ|ଳୟ ପରିସର କୁ ବର୍ଷା ହେଲେ ଯିବା ନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ଜନସାଧାରଣରେଦୃଢ଼ଦାବୀହେଉଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More