ନୟାଗଡ(ସଂଘର୍ଷ ମିଡିଆ) : – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ମାଣିକ ପାଟଣା ହାଟଛକ ନିକଟରେ ଥିବା ବାପୁଜୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ଗ୍ରାମାଞ୍ଚଳ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ପାଇଁ କାହିଁ କେତେକଣ ଯୋଜନା କିନ୍ତୁ ତଦାରଖର ଅଭାବ ଯୋଗୁଁ ଶିକ୍ଷକ ନିଯ ଇଛାରେ ବିଦ୍ୟାଳୟକୁ ଆସୁଛନ୍ତି। ଏମିତି ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ବାପୂଜୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ (୧୯୬୫) ମସିହାରେ ସ୍ଥାପିତ ହୋଇଥିବା ବେଳେ ଆଜିର ଦିନରେ (୧୦୦) ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ବର୍ତମାନ ଚାରିଜଣ ଶିକ୍ଷକ ଅଛନ୍ତି କିନ୍ତୁ ନାମକୁ ମାତ୍ର ଚାରିଜଣ କିନ୍ତୁ ସାରିରିକ ବାଧକ ତିନିଜଣ ରହିଥୀବା ବେଳେ ଏକମାତ୍ର ଶିକ୍ଷକ ଦ୍ୱାରା ବିଦ୍ୟାଳୟ ଚାଲିଛି। ଆଜି ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିବାରୁ ଛାତ୍ର ଛାତ୍ରୀ ମାନେ ଏଣେତେଣେ ବୁଲୁଥିବା ଦେଖୀବାକୁ ମିଳିଥୀଲା । ଏହି ଘଟଣା ପ୍ରତ୍ୟେକ ଦିନ ହୋଇଥୀବାରୁ ଅଭିଭାବକଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତିବ୍ର ବିରୋଧ କରିଥିଲେ । କିଛି ସମୟ ପରେ ପ୍ରଧାନ ଶିକ୍ଷକ ଜୟନ୍ତୀ ଦେଇ ପହଂଚି ଥିଲେ ଏହି ବିଷୟରେ ମତାମତ ନେବାପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ସେ କିଛି କହିନଥିଲେ। ଏହି ବିଷୟରେ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁ ଙ୍କ ସହିତ ଯୋଗାଯୋଗ କରିଥୀଲୁ ସେ କହିଛନ୍ତି ମୁଁ ବୁଝୁଛି। ସାଧାରଣ ରେ ଆଲୋଚନା ଆଗାମୀ ଦିନରେ ଯଦି ପିଲାଙ୍କୁ ଅବହେଳା କରାଯାଏ ତାହାହେଲେ ବିଦ୍ୟାଳୟ ଆଗରେ ଧାରଣା ଦେବାପାଇଁ ଅଭିଭାବକ ମହଲରେ ଦାବି କରିଛନ୍ତି। ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ ।