ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

31

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ୟତ୍ର ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଶେଖ ମହମ୍ମଦ ବୁରହାନ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପାଇଁ ଆୟୋଜନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ନେତମ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସ୍କୁଲ ସଭାପତି ସୁରେନ୍ଦ୍ର ଦୁର୍ଗା, ରାମସା-1 ର ଅଙ୍ଗନବାଡି କର୍ମୀ କୁନ୍ତଳା ହରିଜନ,ବେଣୁଧର ଭତରା, ମାନସ ରଞ୍ଜନ ମେହେର, ସବିତା ନାଟୁଆ, ଗୋପୀନାଥ ଭତ୍ରା, ଶିବ ପ୍ରସାଦ ସାହୁ, ସୁଜାତା ପେଣ୍ଠଇ, ଉତ୍ତମ କୁମାର ପ୍ରଧାନ, ଦୀପକ କୁମାର ସିଂ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପୁର୍ବକ ତାଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଖ ମହମ୍ମଦ ବୁରହାନ 2011 ମସିହାରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଶିକ୍ଷକତା କରିବାକୁ ଆସି ପିଲାମାନଙ୍କୁ ଶିକ୍ଷାଦାନ କରିବା ସହ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ସେ ତାଙ୍କର କାର୍ଯ୍ୟକାଳ ଭିତରେ ବିଦ୍ୟାଳୟ କୁ ସରସ ସୁନ୍ଦର ଭାବରେ ଗଢି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ତାଙ୍କର ଅନ୍ୟତ୍ର ବଦଳି ହୋଇଥିବାର ଖବର ରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ମର୍ମାହତ ହୋଇପଡ଼ିଥିଲେ। ବିଦ୍ୟାଳୟ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶିକ୍ଷକ ଙ୍କୁ ବିଦାୟ ଦେବା ସମୟ ରେ ଗୁରୁ ଶିଷ୍ୟର ପରମ୍ପରା ଦେଖିବାକୁ ମିଳିଥିଲା । ଅତି ଦୁଃଖ ଦାୟକ ଥିଲା, ଛାତ୍ର ଛାତ୍ରୀ ମାନେ ଭୋ ଭୋ ହୋଇ କାନ୍ଦି ଥିଲେ। ଏହି ଦୃଶ୍ୟଟିକୁ ଦେଖିଲେ ଜଣାପଡ଼େ ଗୁରୁ ଶିଷ୍ୟର ମଧ୍ୟରେ କେତେ ନିବିଡ଼ ସଂପର୍କ ରହିଛି, ତାହା ସ୍ପଷ୍ଟ ବାରି ହୋଇ ପଡୁଛି।
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More