ପୁରୀ( ସଂଘର୍ଷ ମିଡିଆ ) : କୋରନା ସମୟରେ ଜୀବିକା ଛଡାଇ ନେଇଛି। ସେଥୁରୁ ବାଦ ପଡିନାହିନ୍ତି ଉଠା ଦୋକାନୀ ମାନେ। ସେମିତି କିଛି ଦେଖିବାକୁ ମିଳିଛି। ନା ଅଛି ବାର ନା ଅଛି ତିଥି ସବୁ ବେଳେ ସବୁ ସମୟରେ ଶ୍ରୀକ୍ଷେତ୍ର ବଡଦାଣ୍ଡ ଗହଳିରେ ଫାଟି ପଡୁଥାଏ,ଆସନ୍ତି ଅନେକ ଯାତ୍ରୀ ଜଗାର ଦର୍ଶନ ପାଇଁ,ଫେରିଲା ବେଳକୁ ସାଥିରେ ନେଇ ଯାଆନ୍ତି କିଛି ବଡ଼ଦାଣ୍ଡରେ ବିକ୍ରି ହେଉଥିବା କିଛି ସାମଗ୍ରୀକୁ। ଏଥିରୁ ଦି ପଇସା ରୋଜଗାର କରି ନିଜ ପରିବାର ପୋଷନ୍ତି ଏହି ଉଠା ଦୋକାନୀ ମାନେ ହେଲେ ଏଵେ ନା ଖୋଲୁଛି ବଡ଼ ଦେଉଳ ନା ଆସୁଛନ୍ତି ଯାତ୍ରୀ,କଣ କରିବେ ଏମାନେ ? ଟଙ୍କା ଟିଏ ରୋଜଗାର କରିବା ପାଈଁ କାଠି କର ପାଠ ହେଇଗଲାଣି। ନା ସହି ହଉଛି ନା ଅଜାଗା ଘା କାହାକୁ ଦେଖେଇ ହଉଛି । କିଏ ବୁଝିବ ଏମାନଙ୍କ ଦୁଃଖ ?
ଦେଖନ୍ତୁ ମାଳି, ଚୁଡି, ସଂଖା, ସୁତା , ଖଜା , ସଞ୍ଜ ସଳିତା , ବଳିତା , ଷ୍ଟିଲ ବାସନ ଓ ଇତ୍ୟାଦି ସବୁ ନେଇକି ଏମାନେ ବସିଥାନ୍ତି ବଡଦାଣ୍ଡରେ କିନ୍ତୁ ଗ୍ରାହକ ନାହାନ୍ତି କିଣିବା ପାଇଁ ଯଦି ବା ଦିନକୁ ବିକ୍ରି ହୁଏ ବହୁତ କଷ୍ଟ ରେ ୫୦ ରୁ ୧୦୦ ଟଙ୍କା ମଧ୍ୟ କଷ୍ଟସାଧ୍ୟ ଲାଭ ହୁଏ। ଆଉ ଅସନ୍ତୋଷ ହେଇକି ସଞ୍ଜ ବେଳେ ଫେରିଯାନ୍ତି ନିଜ ବାସସ୍ଥାନକୁ ଏମାନେ । ନିତିଦିନର ରୋଜଗାର ଉପରେ ଆମେ ନୁଜ୍ୟ କରିଵାକୁ ଯାଇଥିଵା ବେଳେ ଆମେ କିଛି ଅଭିଯୋଗ ଏମାନଙ୍କ ଠାରୁ ,ବଡଦାଣ୍ଡରେ ଥିବା ଉଠା ଦୋକାନୀ ବ୍ୟବସାୟୀ ମାନଙ୍କ ବଡ ଅଭିଯୋଗ ହେଲା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଉଠା ଦୋକାନୀଙ୍କ ନିମନ୍ତେ ୧୦୦୦୦ ଟଙ୍କା ଋଣ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି କିନ୍ତୁ ଏହି ସୁବିଧା ପାଇବାରୁ ମଧ୍ୟ ବଂଚିତ ହୋଇଛନ୍ତି ଏହି ଦୁଖୀ ବ୍ୟବସାୟୀ ମାନେ । ଘୋଷଣା ତ ହୋଇସାରିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଋଣ ରାଶି ପାଇପାରିନାହାନ୍ତି ।
Get real time updates directly on you device, subscribe now.
Next Post