ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମହା ଦୁର୍ନୀତି ଅଭିଯୋଗ

11

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତ ସ୍ଥିତ ସାପଲହରା ଗ୍ରାମରୁ କଣ୍ଡରେଇ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ଚାଲିଛି ମହାଦୁର୍ନୀତି ଏଠି ଦେଖିବାକୁ ମିଳିଛି ମୁରୁମ୍ ବଦଳରେ ପଡୁଛି ଇଟା ଖପର ମାଟି ।ଏହି ବିଷୟରେ ଉକ୍ତ ବଞ୍ଜିପଦର୍ ଗ୍ରାମ ବାସୀ ଠିକାଦାରଙ୍କୁ ଅଭିଯୋଗ କହିଥିବାରୁ ଠିକାଦାର ଜଣଙ୍କ ଦୁର୍ବ୍ଯବହାର କରି ଗାଲି ଗୋଲଜ୍ ମଧ୍ୟ କରିଥିଲେ ବୋଲି ଅଭିେଯାଗ କରି କହିଛନ୍ତି ।ଠିକାଦାର ଜଣକ ବାଞ୍ଜିପଦର୍ ଗ୍ରାମର କେତେ ଜଣ ଲୋକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ବଳି ଜଣାପଡ଼ିଛି । ଏହି ଭଳି ଠିକାଦାର ଯଦି କାମ କରିବେ ଆଗାମି ଦିନରେ ରାସ୍ତା ନଥିବ ଓ ଠିକାଦାର ମାଳେମାଲ ହୋଇଯାଇଥିବେ ବୋଲି ଜଣାପଡ଼ୁଛି ।ଏହି ଠିକାଦାରଙ୍କୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ଯାଉ ବୋଲି ଅଭିେଯାଗ କରି ଛନ୍ତି ବାଞ୍ଜିପଦର୍ ଗ୍ରାମ ବାଶି । ଏଇଠି ବହୁତ ଦୁର୍ନୀତି ହୋଇଆସୁଥିବା ବେଳେ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦେଖାନାହିଁ। ଏବଂ ରାସ୍ତା ରେ ଦେଖିବାକୁ ମିଳିଛି ଆଉ ଏକ ଦୃଶ୍ୟ କେଉଁ ଯାଗାରେ ଛୋଟ ଓ ଅନ୍ୟ କେଉଁ ଯାଗାରେ ବଡ଼ ଥିବା ଅଭିଯୋଗ ହେଉଛି ଏଇଠି ଭଲ ଭାବରେ ଜଣା ପଡୁଛି ଯେ କିଭଲି ଭାବରେ ମଧୁଚନ୍ଦ୍ରିକା ଚାଳିଛି ଏଠି ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ ହେବେ କାର୍ଯ୍ୟନୁଷ୍ଠାନ ହେଉଛି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More