ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକରେ ଆଜି ରାଜ୍ୟ କୃଷି ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଏକ ସଚେତନ ରଥର ଶୁଭାରମ୍ଭ କରାଯାଇଥିଲା। ନରସିଂହପୁର କୃଷି କାର୍ଯ୍ୟାଳୟ ପରିସରରୁ ବ୍ଲକ କୁର୍ସି ଅଧିକାରୀ ସୁଶାନ୍ତ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସମସ୍ତ ଅଞ୍ଚଳ ପରିଭ୍ରମଣ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲି ହେବାପାଇଁ ଜନସାଧାରଣଙ୍କୁ ସୂଚନା ଦିଆଯାଇଥିଲା। କୋରାପୁଟ ପାଇଁ ଆଠଗୋଟି ଦ୍ରବ୍ୟ ପାଇଁ ଫସଲ ବୀମା ଥିଲାବେଳେ କଟକ ପାଇଁ କେବଳ ଧାନ ଓ ଚିନାବାଦାମ ଥିଲା ବେଳେ ଆଉ ଛଅ ଗୋଟି ର ଫସଲ ବୀମା କୁ ଅର୍ନ୍ତଭୁକ୍ତ କରିବା ପାଇଁ କୃଷକନେତା ସୁଶାନ୍ତ ମହାନ୍ତି ଦାବିକରିଛନ୍ତି।