ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କେନ୍ଦ୍ର ଠାରେ ଓଡିଶା ଦକ୍ଷତା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ର ମିଳିତ ଆନୁକୂଲ୍ୟରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନବରଙ୍ଗପୁର ଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଠାରେ ଆଜି 7 ଟି କମ୍ପାନୀ ତରଫରୁ ପିଲାଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଦେଇଥିବା ବେଳେ ଏହି ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରାୟ 150 ଜଣ ପିଲା ପଞ୍ଜିକରଣ କରି ଥିଲେ l ପିଲାମାନେ ବିଭିନ୍ନ ଟ୍ରେଡ଼ ରେ ତାଲିମ ନେବା ପରେ ଆତ୍ମନିଯୁକ୍ତି ପାଇଁ ଏହା ଏକ ଭଲ ମାଧ୍ୟମ lକୋଭିଡ ମହାମାରୀର ପ୍ରକୋପକୁ ଦ୍ରୁଷ୍ଟିରେ ରଖି ବିଭିନ୍ନ ନୂତନ ପାଠ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼.କୋମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଲିମ ନିମନ୍ତେ ନାମ ଲେଖାଇ ଥିବା ପ୍ରଶିକ୍ଷାର୍ଥୀଙ୍କୁ ପ୍ରୋତ୍ସାହିତ କରିଥିଲେ। କେନ୍ଦ୍ର ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ପ୍ରାଧିକରଣର ଅଂଶ ସ୍ୱରୂପ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଉଦ୍ଦେଶ୍ୟ ଓ ଏହାର ସଫଳ ରୂପାୟନ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ଵାରୋପ କରିଥିଲେ। ଏହି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ 150 ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦୁଇ ବ୍ୟାଚରେ ପ୍ରାୟ 350 ରୁ ଉର୍ଦ୍ଧ ପିଲା ଏଠାରୁ ତାଲିମ ପାଇ ନିଯୁକ୍ତି ସୁଯୋଗ ହାତେଇଛନ୍ତି lଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଜିଲ୍ଲା ନିୟୋଜନ ଅଧିକାରି ତତ୍ଵ ମସି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।