ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭାଙ୍ଗି ଅଡୁଆରେ ତହସିଲଦାର

21

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ ! ଏହି ଯୋଜନା ସାଧାରଣତଃ ଗରିବ ଲୋକଙ୍କ ନିମନ୍ତେ ଆସିଥାଏ ! ଏହି ଯୋଜନା ରେ ନିଜସ୍ୱ ଜମି ପଟ୍ଟା ର ଆବଶ୍ୟକ ପଡିଥାଏ ! କିନ୍ତୁ ଏଠାରେ ତାର ଓଲଟା ! ଗୋଟିଏ ସରକାରୀ ଜମିରେ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଦେଇ ପୁଣି ସେଇ ଘରକୁ ଭାଙ୍ଗି ଦେଇ ହିତାଧିକାରୀଙ୍କ ପରିବାରକୁ ବେସାହାରା କରିଦେଇଛି ପ୍ରଶାସନ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଉମରକୋଟ ଥାନା ଅଧୀନ ରେ ଥିବା ଧୋଡ୍ରା ଗ୍ରାମରେ, ଏଠାରେ ରତନ ଚନ୍ଦ୍ର ବିଶ୍ୱାସ ନାମକ ବ୍ୟକ୍ତି ଙ୍କୁ ୨୦୧୮-୧୯ ମସିହା ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଦିଆଯାଇଥିଲା, ଏବଂ ସେ ଏହି ଘରକୁ ୨୦୨୦-୨୧ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ,ରତନ ବିଶ୍ୱାସ, ଉକ୍ତ ଘରକୁ ବଡ଼ ଘରରେ ପରିଣତ କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ଥିଲେ ! କିନ୍ତୁ ଗତକାଲି ଅଚାନକ ଝରୀଗାଁ ତହସିଲଦାର ଚିନ୍ମୟ ସାଗର ଏକ ଜେସିବି ଆଣି ଉମରକୋଟର କିଛି ପୋଲିସଙ୍କ ଉପସ୍ଥିତିରେ ଘରେ ମହିଳାମାନଙ୍କୁ ଜୋର ଜବରଦସ୍ତ ଟାଣି ଆଣି ଘରୁ ବାହାର କରି ନିର୍ମିତ ଘରକୁ ଭାଙ୍ଗି ଦେଇଥିଲେ ବୋଲି ରତନ ବିଶ୍ୱାସର ପରିବାର ଲୋକେ କହିଛନ୍ତି ! ଏ ବିଷୟରେ ଝରୀଗାଁ ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର ଙ୍କ ପ୍ରତିକ୍ରିୟା ମାଗିବାରୁ ସେ କ୍ୟାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।ଜିଲ୍ଲା ପ୍ରଶାସନ ସୁଦ୍ରୁଷ୍ଟି ପକାଇ ଗରିବ ହିତାଧିକାରୀଙ୍କ କ୍ଷୟ କ୍ଷତି ଆକଳନ କରାଇ କ୍ଷତି ପୁରଣ୍ ଯୋଗାଇ ଦେବା ସହ ଦୋଷୀ ବିରୁଧରେ ଦ୍ରୁଢ କର୍ଜ୍ୟାନୁଷ୍ଟାନ ନେବାକୁ ଜନ ସାଧାରଣରେ ଦାବୀ ହେଉଛି।ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା। ନବରଙ୍ଗପୁର ମିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More