ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମ ଦିବସରେ ବିଜେପିର ରକ୍ତଦାନ ଶିବିର ଅନୁଷ୍ଠିତ

13

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ): ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀ ଅଧିନ ଖଇରା ବ୍ଲକରେ ଯୁବନେତା ଇଂ.ରାଜେଶ କୁମାର ମୋହାକୁଡ଼ଙ୍କ ନେତୃତ୍ୱରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଖଇରା ବ୍ଲକର ୫ନଂ ଯୋନର ଦେଉଳି ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉଦେଶ୍ୟରେ ଏକ ସଭା ଆୟୋଜନ ହୋଇଥିଲା। ଏହି ସଭାରେ ମଣ୍ଡଳ ସଭାପତି ମହେଶ୍ୱର ନାଥ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଭଦ୍ରକ ଲୋକସଭାର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ସମ୍ମାନୀତ ଅତିଥିଭାବେ ଭଦ୍ରକ ଲୋକସଭା ସାଂସଦ ପ୍ରାଥି ଅଭିମନ୍ୟୁ ସେଠୀ,ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ବିକାଶ ପାଢ଼ୀ,ଯୁବନେତା ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ ୭ଦିନଧରି ସେବା ସପ୍ତାହ ପାଳନ କରିବାପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ।ପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୋଟ ୫୪ୟୁନିଟ ରକ୍ତ ସଂଗୃହିତ ହୋଇଥିଲାବେଳେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ। ବାଲେଶ୍ଵର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More