ପ୍ରଦ୍ୟୁମ୍ନ ବଳ ଜନ୍ମ ଜୟନ୍ତୀ ଅବସରରେ ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳିତ

13

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରାଜ୍ୟ ସାମ୍ବାଦିକ ସଂଘ (ଏସ .ୟୁ.ଯେ) ଓଡିଶା କଳାହାଣ୍ଡି ଜିଲ୍ଲା ଶାଖା କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ମୂଲ୍ୟ ବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳନ କରାଯାଇଛି । ଦୈନିକ ଓଡିଆ ସମ୍ବାଦ ପତ୍ର ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ସାଲିଶ ବିହୀନ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସମ୍ପର୍କରେ ସ୍ମରଣୀୟ ଗାଥା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସମ୍ପାଦକ ପରମାନନ୍ଦ ଠାକୁର ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା ଏବଂ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ (ଏସ ୟୁ ଯେ )ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ,ବରିଷ୍ଠ ଉପସଭାପତି ରାମ କୁମାର ସେନାପତି, କାର୍ଯ୍ୟକାରୀ ସଭ୍ୟ ରଘୁମଣି ପୂଝାରୀ, ମହମ୍ମଦ ମନଶୁର ଇଲାହି, ତୁଳସୀ ରାମ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ । ସହ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ସାମ୍ବାଦିକ ମାନେ କିପରି ଭାବେ ଏକତ୍ରିତ ହେବାସହ ସାମୁହିକ ଭାବେ ଜନତା ଙ୍କ ସ୍ୱର ହୋଇ କାର୍ଯ୍ୟ କରିବା ସହ ନିରପେକ୍ଷ ସାମ୍ବାଦିକତା କରିବାର ଲକ୍ଷ୍ୟ ଓ ସପ୍ନ ରଖି ଏକ ଆଦର୍ଶ ସାମ୍ବାଦିକ ଭାବରେ ମଣିଷ ସମାଜ ସମ୍ମାରେ ପ୍ରତିଷ୍ଠିତ କରାଇ ପାରିବ ତାହା ଉପରେ ସମସ୍ତେ ସକଳ୍ପିତ ହେବାକୁ ଡାକରା ଦିଆଯାଇ ଥିଲା । ଲକ୍ଷ୍ମଣ ରେଖା ଭିତରେ ରହିବା ସହିତ ବ୍ୟକ୍ତିଗତ ସ୍ବାର୍ଥ ଓ ଗୋଷ୍ଠୀଗତ ରାଜନୀତିର ବହୁ ଉର୍ଦ୍ଧ୍ବରେ ରହି ଆଜିର ଏହି ପବିତ୍ର ଦିନରେ ସାଲିଶ ବିହୀନ ମୂଲ୍ୟ ବୋଧ ଭିତ୍ତିକ ସମ୍ବାଦିକତାର ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବାକୁ ଆହ୍ବାନ କରାଯାଇଥିଲା । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ଏକ ସ୍ୱତନ୍ତ୍ର ଆପର ଶୁଭ ଉଦଘାଟନ କରାଯାଇଥିଲା । କଳାହାଣ୍ଡିର ପ୍ରତିଭା ବାନ ସାଲିଶ ବିହୀନ ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ ଙ୍କ ସ୍ମୃତିରେ କଳାହାଣ୍ଡିର ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଗାମି ଦିନରେ କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପୂଜ୍ୟପୂଜାର ପରମ୍ପରାକୁ ବଜାୟ ରଖାଯିବାକୁ ନିଷ୍ପତି କରାଯାଇଥିଲା । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More