ପ୍ରଦୂଷଣ ବିହୀନ ଏବଂ ନୂତନ ବିଜ୍ଞାନର ଜ୍ଞାନ କୌଶଳ ଉପରେ ଆଧାରିତ ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନର ଶୁଭ ଉଦଘାଟନ

11

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ନ୍ୟୁଜ୍) : ପବିତ୍ର ଶ୍ରୀ ବିଶ୍ୱକର୍ମା ପୂଜା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଗୋପ ଛକ ସ୍ଥିତ “ଓଁ ଜୟ ଇଭି ଲିମିଟେଡ଼” ନିର୍ମିତ ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନ “ଇଭି ସ୍କୁଟି” ର ନୂତନ ସୋରୁମ ଉଦଘାଟନ ହେଇଯାଇଛି। ଏସବିଆଇର ବ୍ରାଞ୍ଚ ମ୍ୟାନେଜର ଶ୍ରୀଯୁକ୍ତ କେ. ସି. ପଣ୍ଡାଙ୍କ କର କମଳରେ ଶୁଭ ଉଦଘାଟନ ହୋଇଯାଇଅଛି । ଉକ୍ତ ଉଦଘାଟନରେ ଉତ୍ସବ କମ୍ପାନୀର ସେଲସ ଆଣ୍ଡ ମାର୍କେଟିଙ୍ଗ ହେଡ଼ ଶ୍ରୀଯୁକ୍ତ ଅଭୟ ଶ୍ରୀବାସ୍ତବ ଓ ଏଜିଏମ ସେଲସ ଶ୍ରୀଯୁକ୍ତ ସଂଜିତ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ନୂତନ ସୋରୁମ “ପ୍ରଜ୍ଞା ଇଭି” ର ପ୍ରୋପ୍ରିଇଟୋର ଶ୍ରୀଯୁକ୍ତ ଅଲେଖ କୁମାର ପ୍ରଧାନ ଏହି ଗାଡି ସମ୍ପୂର୍ଣ ପ୍ରଦୂଷଣ ବିହୀନ ଏବଂ ନୂତନ ବିଜ୍ଞାନର ଜ୍ଞାନ କୌଶଳ ଉପରେ ଆଧାରିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଗାଡି ୩ ରୁ ୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ ଚାର୍ଜ ହୋଇ ୬୦-୭୦ କି.ମି ଦୂର ଅତିକ୍ରମ କରିବ ବୋଲି କହିଥିଲେ। ଏଥିରେ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ । ଏହାର ମୂଲ୍ୟ ୫୧୯୦୦ ଟ. ରୁ ଆରମ୍ଭ ହୋଇ ୭୩୯୦୦ ଟ. ପର୍ଯ୍ୟନ୍ତ ଉପଲବ୍ଧ ଅଛି ଏବଂ ଗାଡି ଗୁଡିକ ୪ଟି ମୋଡେଲରେ ଉପଲବ୍ଧ ଏବଂ ବେଶ ଆକର୍ଷଣୀୟ ହୋଇପାରିଛି । କମ୍ପାନୀର ଏରିଆ ମ୍ୟାନେଜର ଶ୍ରୀଯୁକ୍ତ ସୌଭାଗ୍ୟରଞ୍ଜନ ବେହେରା ଓ ବିଜନେସ ମ୍ୟାନେଜର ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପୁହାନ ଗାଡି ଗୁଡିକର ଗୁଣବତ୍ତା ଓ ନୂତନ ପ୍ରଯୁକ୍ତି ବିଷୟରେ ସୂଚନା ପ୍ରଦାନ କରିଥିଲେ I କେନ୍ଦ୍ରାପଡ଼ାରୁ ବିଜୟ କୁମାର ବେହେରାଙ୍କ ସହ ସର୍ବେଶ୍ୱର ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More